ଯାତ୍ରୀମାନଙ୍କ ଲଗେଜ୍‌ ନ ନେଇ ଉଡ଼ିଗଲା ଗୋଏୟାର୍‌ ବିମାନ

ଶ୍ରୀନଗର: ବିମାନରେ ମାଲ୍‌ ବୋଝେଇ କଟକଣା ଯୋଗୁଁ ଶ୍ରୀନଗରରୁ ଜାମ୍ମୁ ଯାତ୍ରା କରିଥିବା ବିମାନ ଜି୮ ୨୧୩ରେ ଯାତ୍ରୀମାନଙ୍କର ଲଗେଜ୍‌ ନିଆଯାଇ ପାରିଲା ନାହିଁ ବୋଲି ରବିବାର ଦିନ ଗୋଏୟାର୍‌ ଜାରି କରିଥିବା ଏକ ବିବୃତିରେ କହିଛି।

ବିବୃତିରେ ଗୋଏୟାର୍‌ର ମୁଖପାତ୍ର କହିଛନ୍ତି ଯେ ଅନ୍ୟ ଗୋଟିଏ ଏୟାର୍‌ଲାଇନ୍‌ ଜରିଆରେ ଅଧେ ଲଗେଜ୍‌ ପଠାଇ ଦିଆଯାଇଛି। ବାକି ଅଧକ ସମ୍ପୃକ୍ତ ଯାତ୍ରୀମାନେ ଥିବା ଅଞ୍ଚଳକୁ ପଠାଇ ଦିଆଯିବ।

ବିମାନରେ ମାଲ୍‌ପତ୍ର ବୋଝେଇ କଟକଣା ଯୋଗୁଁ କେତେକ ଯାତ୍ରୀଙ୍କ ଲଗେଜ୍‌ ଜି୮ ୨୧୩ରେ ନିଆଯାଇ ପାରି ନାହିଁ। ଗତକାଲି ଶ୍ରୀନଗରରେ ପାଗ ଖରାପ ଯୋଗୁଁ ଅଟକି ରହିଥିବା ଅନେକ ଯାତ୍ରୀଙ୍କୁ ରଖିବାର ବ୍ୟବସ୍ଥା କରିଥିଲା। ସେହି ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବା ନିମନ୍ତେ ଅନ୍ୟାନ୍ୟ ବିମାନ ସହ ଲିଙ୍କ୍‌ ଦିଆଯାଇ ଥାଆନ୍ତା। ଅନ୍ୟ ଏକ ଏୟାର୍‌ଲାଇନ୍‌ ମାଧ୍ୟମରେ ଅଧେ ଲଗେଜ୍‌ ଜମ୍ମୁକୁ ପଠାଇ ଦିଆଯାଇଛି ଏବଂ ବାକି ଅଧକ ସମ୍ପୃକ୍ତ ଯାତ୍ରୀମାନଙ୍କ ଅଞ୍ଚଳକୁ ପଠାଇ ଦିଆଯିବ। ଅସୁବିଧା ନିମନ୍ତେ ଗୋଏୟାର୍‌ ଦୁଃଖୀତ।

ସମ୍ବନ୍ଧିତ ଖବର