ମଦ ପିଇ ଡ୍ରାଇଭିଂ କଲେ ୧୦ ହଜାର, ଅଧିକ ବେଗରେ ଡ୍ରାଇଭିଂ କଲେ ୫ ହଜାର ତଣ୍ଡ ଗଣିବାକୁ ପଡ଼ିପାରେ !

ଲୋକସଭାରେ ଆଗତ ହେଲା ମୋଟର ଯାନ ସଂଶୋଧନ ବିଲ୍‌

ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଆଜି ଲୋକସଭାରେ ମୋଟର ଯାନ (ସଂଶୋଧନ) ବିଲ ଆଗତ କରିଛନ୍ତି । ଏଥିରେ ଦେଶରେ ସଡ଼କ ପରିବହନକୁ ଅଧିକ ସୁରକ୍ଷିତ କରିବା ପାଇଁ ବ୍ୟବସ୍ଥା ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଥିରେ ମଧ୍ୟ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ କଡା ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।

ଏଥିରେ ଥିବା ପ୍ରସ୍ତାବିତ ନିୟମ ଅନୁସାରେ କାର ବା ଅନ୍ୟ ଗାଡ଼ି ଚାଳନା ବେଳେ ସିଟ ବେଲଟ ନ ଭିଡିଲେ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ପଡିପାରେ । ଏବେ ଏହା ମାତ୍ର ୧୦୦ ଟଙ୍କା ରହିଛି । ସେହିପରି ଅଧିକ ବେଗରେ ଡ୍ରାଇଭିଂ କଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ହେବ । ମଦ ପିଇ ଡ୍ରାଇଭିଂ କଲେ ଜୋରିମାନା ପରିମାଣ ୨ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଆମ୍ବୁଲାନ୍ସ ପରି ଜରୁରୀକାଳୀନ ସେବା ଯୋଗାଉଥିବା ଯାନକୁ ବାଟ ନ ଛାଡିଲେ ମଧ୍ୟ ୫ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡିପାରେ ।

ଅନ୍ୟପକ୍ଷରେ ଏହି ବିଲରେ ଡ୍ରାଇଭିଂ ଲାଇସେନ୍ସ ନିୟମରେ କେତେକ ପରବର୍ତ୍ତନର ବ୍ୟବସ୍ଥା ରହିଛି । ଏହା ଅନୁସାରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଧାର ବାଧ୍ୟତାମୂଳକ ହେବ । ସେହିପରି ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସର ବୈଧତା ସମୟ ୨୦ ବର୍ଷ ଥିବାବେଳେ ଏବେ ତାହାକୁ ୧୦ ବର୍ଷକୁ ହ୍ରାସ କରିବାକୁ ପ୍ରସ୍ତାବ ରହିଛି ।

ସମ୍ବନ୍ଧିତ ଖବର