ପୂଜା ପରେ ଗଛ ଉଠିବ ଗଣେଶଙ୍କ ପ୍ରତିମାରୁ

ମୁମ୍ବାଇ: ପରିବେଶକୁ ନିରାପଦ ରଖିବା ଲକ୍ଷ୍ୟରେ ଗଣେଶ ଚତୁର୍ଥୀ ଉପଲକ୍ଷେ ମୁମ୍ବାଇର କାରିଗରମାନେ ପରିବେଶକୁ ସୁହାଇବା ପରି ପ୍ରତିମା ଗଢୁଛନ୍ତି।

ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ପଡୁଥିବା ଗଣେଶ ପୂଜା ମୁମ୍ବାଇରେ ୧୦ ଦିନ ଧରି ପାଳନ କରାଯାଏ।

ଦତ୍ତଦ୍ରି କୋଠୁର ନାମକ ଜଣେ ଶିଳ୍ପୀ କାଦୁଅରେ ଗଢୁଛନ୍ତି ପରିବେଶ-ଅନୁକୂଳ ଗଣେଶ ମୂର୍ତ୍ତି ଯାହାକୁ କୁହାଯାଉଛି ‘ବୃକ୍ଷ ଗଣେଶ’। ପ୍ରକୃତ କଥା ହେଲା ଏହି ମୂର୍ତ୍ତି ମଧ୍ୟରେ ରହିଛି ମଞ୍ଜିଟିଏ। ପୂଜା ପରେ ଏହି ମୂର୍ତ୍ତିରେ ପାଣି ଦେଲେ କ୍ରମେ ସେଥିରୁ ଗଛ ଉଠିବ।

କୋଠୁର କହନ୍ତି, ବିସର୍ଜନ ଦିନ ଏହି ମୂର୍ତ୍ତିକୁ ବାଲ୍‌କୋନି, ଟେରେସ୍‌ ବା ବଗିଚାରେ ରଖି ସେଥିରେ ଗଛରେ ପାଣି ଦେବା ପରି ପାଣି ଦେବେ। କ୍ରମେ ପ୍ରତିମା ବତୁରି ମିଳେଇ ଯିବ ଓ ୪ ରୁ ୧୦ ଦିନ ମଧ୍ୟରେ ସେଥିରୁ ଗଛ ଉଠିବ।

ରୋହିତ ବାସ୍ତେ ନାମକ ଅନ୍ୟ ଜଣେ ଶିଳ୍ପୀ କାଗଜରେ ଗଣେଶ ପ୍ରତିମା ତିଆରି କରୁଛନ୍ତି। ପୂଜା ପରେ ଏହାକୁ ରିସାଇକ୍ଲ କରିହେବ।
ଏଥର ପୂଜାମଣ୍ଡପ ସବୁ ମଧ୍ୟ ପରିବେଶ-ଅନୁକୂଳ ସାମଗ୍ରୀରେ ସଜା ଯାଉଛି।

ସମ୍ବନ୍ଧିତ ଖବର