ଏବର୍ଷ ଜୁଲାଇରେ ପ୍ରବଳ ବର୍ଷା, ପାଣିପାଗ ବିଭାଗର ପୂର୍ବାନୁମାନ

ନୂଆଦିଲ୍ଲୀ : ଦେଶରେ ମୌସୁମୀ ପ୍ରବେଶ କରିଗଲାଣି । କେରଳରେ ଏବେ ପ୍ରବଳ ବର୍ଷା ଚାଲିଛି । ଆସନ୍ତା ସପ୍ତାହରେ ଓଡ଼ିଶାରେ ମୌସୁମୀ ଆସିବାର ସମ୍ଭାବନା ରହିଛି । ଏ ପରିପ୍ରେକ୍ଷୀରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନିଜର ୨ୟ ପର୍ଯ୍ୟାୟ ପୂର୍ବାନୁମାନ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ଏବର୍ଷ ମୌସୁମୀ ଋତୁ (ଜୁନରୁ ସେପ୍ଟେମ୍ବର)ରେ ବୃଷ୍ଟିପାତ ପ୍ରାୟତଃ ସ୍ୱାଭାବିକ ରହିବ । ଏହା ମଧ୍ୟରୁ ଜୁଲାଇ ମାସରେ ସର୍ବାଧିକ ୧୦୧ ପ୍ରତିଶତ ଓ ଅଗଷ୍ଟମାସରେ ୯୪ ପ୍ରତିଶତ ବର୍ଷା ହେବ । ସରଳଭାଷାରେ କହିଲେ ଜୁଲାଇମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ଓ ଅଗଷ୍ଟରେ ସ୍ୱାଭାବିକ ଠାରୁ ୬ ପ୍ରତିଶତ କମ ବର୍ଷା ହେବ । ମୋଟାମୋଟି ଭାବରେ ଏହି ଦୁଇମାସରେ ସ୍ୱାଭାବିକ ବର୍ଷାର ସମ୍ଭାବନା ରହିଛି । ଦେଶର ଉତ୍ତର-ପଶ୍ଚିମ ଓ କେନ୍ଦ୍ରାଞ୍ଚଳରେ ସ୍ୱାଭାବିକ ବର୍ଷା, ଦକ୍ଷିଣରେ ସ୍ୱାଭାବିକ ଠାରୁ ୫ ପ୍ରତିଶତ କମ ଓ ଉତ୍ତର-ପୂର୍ବରେ ସ୍ୱାଭାବିକ ଠାରୁ ୭ ପ୍ରତିଶତ କମ ବର୍ଷା ହେବ । ଗତ କାଲି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ଘୋଷଣା କରିଥିଲା । ଏବର୍ଷ ଏଲ-ନିନୋର ପ୍ରଭାବ ରହିବ ନାହିଁ ବୋଲି ବିଭାଗ କହିଛି ।

ସମ୍ବନ୍ଧିତ ଖବର