ଇସଲାମାବାଦ୍ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ସହ ଶାନ୍ତି କଥାବାର୍ତ୍ତା ପାଇଁ ପୁଣିଥରେ ଇଚ୍ଛା ପ୍ରକାଶ କରିଛନ୍ତି। ତୁର୍କୀର ଏକ ଗଣମାଧ୍ୟମ ସଂସ୍ଥା ଟିଆରଟି ୱାର୍ଲ୍ଡରେ ସାକ୍ଷାତକାର ଦେଇ ଇମ୍ରାନ୍ ଭାରତ ସହ ଶାନ୍ତି କଥାବାର୍ତ୍ତା ନେଇ ନିଜର ଇଚ୍ଛାକୁ ଦୋହରାଇଥିବା ପିଟିଆଇ ( ତେହରିକ୍ ଆଇ ଇନ୍ସାଫ୍) ସୂତ୍ରରୁ ଜଣାପଡ଼ିଛି। ଭାରତ ପାକିସ୍ତାନର ଶାନ୍ତି କଥାବାର୍ତ୍ତାକୁ ପ୍ରତ୍ୟାଖ୍ୟାନ କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଯୁଦ୍ଧ ଆତ୍ମହତ୍ୟା ସଦୃଶ। ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଯୁଦ୍ଧ କଥା ଚିନ୍ତା କରିବା ମଧ୍ୟ ଉଚିତ୍ ନୁହେଁ ବୋଲି ଇମ୍ରାନ୍ କହିଛନ୍ତି।