ଆଫଗାନିସ୍ତାନରେ ବି ଭାରତ ନିର୍ମାଣ କରୁଛି ନଦୀବନ୍ଧ, ଦୁଇପଟୁ ପାକିସ୍ତାନକୁ  ପାଣି ବନ୍ଦ

ନୂଆଦିଲ୍ଲୀ : ପାକିସ୍ତାନକୁ ଜବତ କରିବା ପାଇଁ ଭାରତ ଏକ ବଡ଼ ଧରଣର ରଣନୀତି ଉପରେ କାମ କରୁଛି । ଏହି ରଣନୀତିର କେନ୍ଦ୍ରରେ ରହିଛି ପାଣି । ପାଣିକୁ ଭାରତ ଅସ୍ତ୍ରଭାବେ ବ୍ୟବହାର କରୁଛି । ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଭାରତ ଦେଇ ପାକିସ୍ତାନକୁ ଯାଉଥିବା ନଦୀଗୁଡ଼ିକୁ ଅଟକାଇ ସେଥିରେ ନଦୀବନ୍ଧ ବାନ୍ଧିବା । ଏ ସଂପର୍କରେ ଆମେ ପୂର୍ବରୁ ସୂଚନା ଦେଇଥିଲୁ । ଏବେ ଏହାର ଆଉ ଏକ ଦିଗ ଆଗକୁ ଆସିଛି । ଏହା ଜାଣିବା ପରେ ପାକିସ୍ତାନର ନିଦ ହଜିଯାଇଛି । ମିଳିଥିବା ସୂଚନା ମୁତାବକ ଭାରତ ଆଫଗାନିସ୍ତାନରୁ  ବାହାରି ପାକିସ୍ତାନ ଯାଇଥିବା କାବୁଲ ନଦୀରେ ଏକ ନଦୀବନ୍ଧ ନିର୍ମାଣ କରିବାକୁ ଆଫଗାନ ସରକାରଙ୍କୁ  ଆର୍ଥିକ ଓ ବୈଷୟିକ ସାହାଯ୍ୟ ଦେଉଛି । ଏହି ପ୍ରକଳ୍ପରେ ୧.୮୬ ନିୟୁତ ଡଲାର ବ୍ୟୟ ହେବ । ଏହା ଫଳରେ ଆଫଗାନିସ୍ତାନ ମଧ୍ୟ ଆବଶ୍ୟକ ପଡିଲେ ପାଣି ଅଟକାଇ ଦେବ । ଉଭୟ ଭାରତ ଓ ଆଫଗାନିସ୍ତାନ ପାକିସ୍ତାନୀ ଆତଙ୍କବାଦ ଦ୍ୱାରା ଆକ୍ରାନ୍ତ । ଏଣୁ ପାକିସ୍ତାନକୁ ଜବତ କରିବାକୁ  ଏହି ଦୁଇଦେଶ ହାତମିଳାଇଛନ୍ତି । ଆଗକୁ ପାକିସ୍ତାନ ଅଧିକ ଉତ୍ପାତ ହେଲେ ଏହି ଦୁଇଦେଶ ମିଳିତଭାବେ ପାଣି ଅଟକାଇ ପାକିସ୍ତାନକୁ  ଜଳବିହୀନ କରିବାକୁ ଚରମ ପଦକ୍ଷେପ ନେଇସାରିଛନ୍ତି ।

ସମ୍ବନ୍ଧିତ ଖବର