ଅଧିକ ମିସାଇଲ୍‌ ନିର୍ମାଣ କରିବ ଇରାନ୍‌

ତେହରାନ୍‌: ଖୁବ୍‌ଶୀଘ୍ର ଇରାନ୍‌ ଏହାର ନୂଆ ଯୁଦ୍ଧ ବିମାନର ଉନ୍ମୋଚନ କରିବ। ଇସ୍ରାଏଲ୍‌ ଓ ଆମେରିକା ପକ୍ଷରୁ ବାରମ୍ବାର ଧମକ ଦିଆଯାଉଥିବାରୁ ଏହାକୁ ଆଖିରେ ରଖି ଇରାନ୍‌ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ଅନ୍ୟପକ୍ଷରେ ଇରାନ୍‌ ଅଧିକ ମିସାଇଲ୍‌ ନିର୍ମାଣ କରିବା ସହିତ ମିସାଇଲ୍‌କୁ ଅଧିକ ପ୍ରଭାବୀ କରିବ ବୋଲି ନିଷ୍ପତ୍ତି ନେଇଛି। ଇରାନ୍‌ର ପ୍ରତିରକ୍ଷା ମନ୍ତ୍ରୀ ଆମୀର ହାତାମି ରବିବାର ଏହି ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ ବୁଧବାର ଇରାନ୍‌ର ରାଷ୍ଟ୍ରୀୟ ପ୍ରତିରକ୍ଷା ଶିଳ୍ପ ଦିବସ ଅବସରରେ ଯୁଦ୍ଧ ବିମାନ ଉନ୍ମୋଚନ କରାଯିବ।

ସମ୍ବନ୍ଧିତ ଖବର