୨୨ରେ ଶ୍ରୀହରିକୋଟାରୁ ପିଏସ୍‌ଏଲ୍‌ଭି- ସି୪୬ର ହେବ ଉତ୍‌କ୍ଷେପଣ, ସଫଳତା କାମନା କରି ଇସ୍ରୋ ଅଧ୍ୟକ୍ଷ ତିରୁପତି ମନ୍ଦିରରେ କଲେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଆସନ୍ତାକାଲି, ୨୨ ମେ’ (ବୁଧବାର) ପିଏସ୍‌ଏଲ୍‌ଭି- ସି୪୬ ସାଟେଲାଇଟ୍‌ର ଉତ୍‌କ୍ଷେପଣ ହେବାକୁ ଥିବାବେଳେ ଏହାର ସଫଳ ଉତ୍‌କ୍ଷେପଣ କାମନା କରି ଇସ୍ରୋ ଅଧ୍ୟକ୍ଷ କେ ଶିବନ ଆଜି ତିରୁପତି ମନ୍ଦରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଛନ୍ତି।

ହସ୍ତଗତ ହୋଇଥିବା ରିପୋର୍ଟର ବିବରଣୀରୁ ପ୍ରକାଶ, ଆସନ୍ତାକାଲି (ବୁଧବାର) ଆନ୍ଦ୍ରପ୍ରଦେଶର ନେଲୋର ଜିଲ୍ଲା ଅର୍ନ୍ତଗତ ଶ୍ରୀହରିକୋଟାର ସତୀସ୍‌ ଧାଓ୍ଵନ ସ୍ପେସ୍‌ ସେଣ୍ଟରୁ ପ୍ରତ୍ୟୁଷ ୫ଟା ୨୭ ମିନିଟରେ ପିଏସ୍‌ଏଲ୍‌ଭି- ସି୪୬ର ଉତ୍‌କ୍ଷେପଣ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଯଦି ପାଗ ଅନୁକୂଳ ରହେ ତେବେ ନିର୍ଦ୍ଧାରିତ ସମୟରେ ପିଏସ୍‌ଲଏଲ୍‌ଭି- ସି୪୬ ସାଟେଲାଇଟକୁ ଅନ୍ତରୀକ୍ଷକୁ ଉତ୍‌କ୍ଷେପଣ କରାଯିବ।

Zee India

ପିଏସ୍‌ଲଏଲ୍‌ଭି- ସି୪୬ ସାଟେଲାଇଟ ସହ ଆର୍‌ଆଇଏସ୍‌ଏଟି- ୨ବି ନାମକ ଏକ ‘ରାଡାର ଇମେଜିଙ୍ଗ୍‌ ଆର୍ଥ ଅବଜରଭେସନ୍‌’ ସାଟେଲାଇଟ୍‌କୁ ମଧ୍ୟ ଇସ୍ରୋ ଅନ୍ତରୀକ୍ଷକୁ ପଠାଇବ। ଇସ୍ରୋ ଦ୍ୱାରା ଛଡ଼ା ଯିବାକୁ ଥିବା ଏହି ଆର୍‌ଆଇଏସ୍‌ଏଟି- ୨ବି ନାମକ ଏକ ‘ରାଡାର ଇମେଜିଙ୍ଗ୍‌ ଆର୍ଥ ଅବଜରଭେସନ୍‌’ ସାଟେଲାଇଟ୍‌କୁ ଯଦି ସଫଳତା ପୂର୍ବକ ଅନ୍ତରୀକ୍ଷର କକ୍ଷପଥରେ ଛଡ଼ାଯାଇ ପାରିଲା, ତେବେ ଏହା ଦେଶର ଉଭୟ ପ୍ରତିରକ୍ଷା ଓ ଯୋଗାଯୋଗ କ୍ଷେତ୍ର ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହେବ।

ତେଣୁ, ପିଏସ୍‌ଏଲ୍‌ଭି- ସି୪୬ ସାଟେଲାଇଟର ଉତ୍‌କ୍ଷେପଣର ଦିନକୁ ପୂର୍ବରୁ  ଏହାର ସଫଳ ଉତ୍‌କ୍ଷେପଣ କାମନା କରି ଇସ୍ରୋ ଅଧ୍ୟକ୍ଷ କେ ଶିବନ ସାଙ୍ଗରେ ଏହାର ଏକ ମଡେଲକୁ ଧରି ଆଜି ତିରୁପତି ମନ୍ଦରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଛନ୍ତି।

ସମ୍ବନ୍ଧିତ ଖବର