ଜମ୍ମୁ ଓ କଶ୍ମୀର: ବଡ଼ଗାମରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: କଶ୍ମୀରର ବଡ଼ଗାମ୍‌ ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କାରଣରୁ ଗୁରୁବାର ସକାଳେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ବଡ଼ଗାମ୍‌ର ଏସ୍‌ଏସ୍‌ପି ତେଜିନ୍ଦ୍ର ସିଂହ କହିଛନ୍ତି: ଏ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ପରିଚୟ ମଳିପାରି ନାହିଁ। ଦୁଇଟି ଅସ୍ତ୍ର ଜବତ କରାଯାଇଛି।
ଦୁଇ ଆତଙ୍କବାଦୀ ନିହତ ହେବା ସହ ଏନ୍‌କାଉଣ୍ଟର୍‌ ଅଭିଯାନ ଶେଷ ହୋଇଥିବା କଥା ଜଣାପଡ଼ିଛି।

ତିନି ଦିନରୁ କମ୍‌ ସମୟ ମଧ୍ୟରେ ରାଜ୍ୟରେ ଏହା ଥିଲା ଦ୍ୱିତୀୟ ଗୁଳି ବିନିମୟ ଅଭିଯାନ।

ଗୁରୁବାର ଦିନ ଜିଲ୍ଲାର ଜଗୁ ଆରିଜଲ୍‌ ଅଞ୍ଚଳରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ୨ ରୁ ୩ ଜଣ ଆତଙ୍କବାଦୀ ସେଠାରେ ଆତ୍ମଗୋପନ କରିଥିବା କଥା ପ୍ରାଥମିକ ଖବରରୁ ଜଣାପଡ଼ିଥିଲା।

ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତ ଥିବା କଥା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ସକାଳେ ଦଳେ ପୁଲିସ ଏବଂ ନିରାପତ୍ତା ବଳ ମିଳିତ ତଲାସ ଅଭିଯାନ ଆରମ୍ଭ କରିଥିଲେ।

ତଲାସୀ ଅଭିଯାନ ସମୟରେ ଛକିଥିବା ଆତଙ୍କବାଦୀମାନେ ତଲାସ ଦଳଙ୍କ ଉପରକୁ ଗୁଳି ମାରିଥିଲେ। ଜବାବ ଦେବାକୁ ଯାଇ ପୁଲିସ ଏବଂ ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ତାହା ଏନ୍‌କାଉଣ୍ଟର୍‌ ରୂପ ନେଇଥିଲା।

ଏକ ମାମଲା ରୁଜୁ କରି ପୁଲିସ ଘଟନାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର