ଇଣ୍ଡିଆ ଟୁଡେର କାର୍ଯ୍ୟନିର୍ବାହୀ ସମ୍ପାଦକଙ୍କ ଉପରେ ଲାଗିଲା ଯୌନ ଶୋଷଣର ଆରୋପ, ସାମ୍ବାଦିକା ବିଦ୍ୟା କ୍ରିଷ୍ଣନ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ : କିଛି ଦିନ ହେବ ଭାରତରେ #ମି ଠୁର ପ୍ରଭାବ କମ ହୋଇ ଆସୁଥିବା ବେଳେ ଏବେ ଆଉ ଏକ ଅଭିଯୋଗ ଏହି ଅଭିଯାନକୁ ତେଜିଛି । ପୂର୍ବରୁ ବିଭିନ୍ନ କ୍ଷେତ୍ରର ଦିଗ୍ଗଜମାନଙ୍କ ଉପରେ ଯୌନ ଶୋଷଣ ଭଳି ଆରୋପ ଲାଗି ସାରିଥିବା ବେଳେ ଏବେ ଇଣ୍ଡିଆ ଟୁଡେର କାର୍ଯ୍ୟନିର୍ବାହୀ ସମ୍ପାଦକ ତଥା ଗୌରବ ସାଓ୍ଵନ୍ତଙ୍କ ଉପରେ ସାମ୍ବାଦିକା ବିଦ୍ୟା କ୍ରିଷ୍ଣନ ଯୌନ ଶୋଷଣର ଆରୋପ ଲଗାଇଥିବା ଜଣାପଡ଼ିଛି । ନ୍ୟୁଜ୍‌ ମାଗାଜିନ୍‌ ‘ଦ କାରାଭାନ୍‌’ରେ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ପତ୍ରିକାକୁ ସାକ୍ଷାତକାର ଦେଇ ବିଦ୍ୟା ନିଜ ସହ ଘଟିଥିବା ଘଟଣା ବିଷୟରେ ପର୍ଦ୍ଦାଫାସ୍‌ କରିଛନ୍ତି।

‘ଦ କାରାଭାନ୍‌’ରେ ଛପା ଯାଇଥିବା ଖବର ମୁତାବକ, ୨୦୦୩ ମସିହାରେ ବିଦ୍ୟା ପାୟୋନିୟରରେ କାମ କରୁଥିଲେ । ଏହି ସମୟରେ ସେ ରିପୋର୍ଟିଂ ଲାଗି ବାହାରକୁ ଯାଇଥିବା ବେଳେ ତାଙ୍କ ସହ ସମାନ ଗାଡ଼ିରେ ଯାତ୍ରା କରୁଥିବା ଅଭିଯୁକ୍ତ ଗୌରବ ସାଓ୍ଵନ୍ତ ଅଶାଳୀନ ଭାବରେ ବିଦ୍ୟାଙ୍କ ସ୍ପର୍ଶକାତର ଅଙ୍ଗକୁ ସ୍ପର୍ଶ କରିବା ସହ ତାଙ୍କ ସହ ଗାଧୋଇବା ପାଇଁ କହିଥିଲେ ବୋଲି ବିଦ୍ୟା କହିଛନ୍ତି । ଅନ୍ୟ ପକ୍ଷରେ ‘ଦ କାରଭାନ୍‌’ରେ ଛପା ଯାଇଥିବା ଖବରକୁ ମିଛ ଏବଂ ଭିତ୍ତିହୀନ ବୋଲି କହିଛନ୍ତି ଗୌରବ ସାଓ୍ଵନ୍ତ । ମୁଁ ମୋ ଓକିଲଙ୍କ ସହ କଥାକୁ ହେଉଛି ଏବଂ ଏ ନେଇ ମୁଁ ଆଇନଗତ କାର୍ଯ୍ୟନୁଷ୍ଠାନ ନିଶ୍ଚୟ ନେବି । ଏଭଳି ପରିସ୍ଥିତିରେ ମୋ ପରିବାର,ସଂପର୍କୀୟ ଏବଂ ସାଙ୍ଗମାନେ ମୋ ସହ ଥିବାରୁ ମୁଁ ଖୁସି ବୋଲି ଲେଖି ଟୁଇଟ୍‌ କରିଛନ୍ତି ଗୌରବ ସାଓ୍ଵନ୍ତ ।

ସମ୍ବନ୍ଧିତ ଖବର