ରଜନୀକାନ୍ତଙ୍କ ରାଜନୀତି ପ୍ରବେଶ: ଶୁଭେଚ୍ଛା ଜଣାଇଲେ କମଲ ହାସନ

ଚେନ୍ନାଇ: ରବିବାର ଦିନ ଅଭିନେତା କମଲ ହାସନ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜେ ରାଜନୈତିକ ଦଳ ଗଠନ କରି ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ସ୍ଥିର କରିଥିବା କଥା ଆଜି ରଜନୀକାନ୍ତ ଘୋଷଣା କରିବାକ୍ଷଣି କମଲ ଟୁଇଟ୍‌ କରିଛନ୍ତି: ସାମାଜିକ ସଚେତନତା ଏବଂ ରାଜନୀତି ପ୍ରବେଶ ପାଇଁ ରଜନୀଭାଇଙ୍କୁ ମୋର ଶୁଭେଚ୍ଛା। ସ୍ୱାଗତମ୍‌।

ସ୍ମରଣଯୋଗ୍ୟ ରାଜନୈତିକ ଦଳ ଗଠନ କରିବା ପାଇଁ ସ୍ଥିର କରିଥିବା ପୂର୍ବରୁ ଘୋଷଣା କରିଥିଲେ। ନଭେମ୍ବର ମାସରେ ସେ କହିଥିଲେ, ପ୍ରସଂଶସକମାନଙ୍କ ପାଇଁ ‘ମୈୟାମ୍‌ ହ୍ଵିସିଲ୍‌’ ବୋଲି ଏକ ମୋବାଇଲ୍‌ ଆପ୍‌ ଜାନୁଆରି ମାସରେ ଲଞ୍ଚ୍‌ କରାଯିବ। ସେ ସମଗ୍ର ରାଜ୍ୟ ପରିକ୍ରମା କରିବା କଥା ଘୋଷଣା କରିବା ପରେ ଏହା ଲଞ୍ଚ୍‌ ହେବ। ରାଜ୍ୟର ଲୋକମାନଙ୍କୁ ଭେଟି ସାରିବା ପରେ ସେ ନିଜ ଦଳର ନାମ ଘୋଷଣା କରିବେ।

ସମ୍ବନ୍ଧିତ ଖବର