କପିଲ ମିଶ୍ରାଙ୍କ ପାଇଁ ୪୮ ଘଣ୍ଟାର‌ ପ୍ରଚାର କଟକଣା

ନୂଆଦିଲ୍ଲୀ: ଦିଲ୍ଲୀର ମଡେଲ ଟାଉନ୍‌ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ କପିଲ ମିଶ୍ରାଙ୍କ ବିରୋଧରେ ଇସି (ନିର୍ବାଚନ କମିସନ୍‌) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କପିଲ ମିଶ୍ରା ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଭାରତ-ପାକିସ୍ତାନ ମଧ୍ୟରେ ଲଢ଼େଇ କହିଥିବାରୁ ଏହାକୁ ଇସି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। କପିଲ ମିଶ୍ରାଙ୍କ ବିରୋଧରେ ୪୮ ଘଣ୍ଟାର ନିର୍ବାଚନୀ କଟକଣା ଜାରି ହୋଇଛି। ଶନିବାର ସନ୍ଧ୍ୟା ୫ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ କପିଲ ମିଶ୍ରା କୌଣସି ପ୍ରଚାର କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ। କପିଲ ମିଶ୍ରା ଏହି ବିବାଦୀୟ ଟ୍ବିଟ୍‌କୁ ଟ୍ବିଟର ପ୍ରତ୍ୟାହାର କରିନେଇଥିବା ବେଳେ ଗତକାଲି ଦିଲ୍ଲୀ ପୁଲିସ କପିଲ ମିଶ୍ରାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଥିଲା। ନିର୍ବାଚନ କମିସନ୍‌ଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ ପୁଲିସ କପିଲ ମିଶ୍ରାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଥିଲେ। ନିର୍ବାଚନ ଆଚରଣ ବିଧି ଉଲ୍ଳଂଘନ କରିଥିବାରୁ କପିଲ ମିଶ୍ରାଙ୍କୁ ଇସି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର