ଭାରତୀୟ ସେନାରେ ସାମିଲ ହେବ ସ୍ୱଦେଶରେ ନିର୍ମିତ ଏକବିଂଶ ଶତାବ୍ଦୀର ଯୁଦ୍ଧାସ୍ତ୍ର, ସ୍ୱୟଂଚାଳିତ କେ୯ ବଜ୍ର-ଟି ୧୫୫ ଏମ୍‌ଏମ୍‌/ ୫୨ କାଲିବର ବନ୍ଧୁକ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଖୁବ୍‌ଶୀଘ୍ର ସାମିଲ ହେବାକୁ ଯାଉଛି ଅତ୍ୟନ୍ତ ଶକ୍ତଶାଳୀ, ମାରାତ୍ମକ ଏବଂ ଶତ ପ୍ରତିଶତ ଲକ୍ଷ୍ୟଭେଦୀ ସ୍ୱୟଂଚାଳିତ ହୋଏଜ୍‌ର ବନ୍ଧୁକ କେ୯ ବଜ୍ର-ଟି ୧୫୫ ଏମ୍‌ଏମ୍‌ ଓ  ୫୨ କାଲିବର ବନ୍ଧୁକ। ତେବେ, ସବୁଠାରୁ ଉଲ୍ଲେଖନୀୟ ଓ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ପ୍ରଭାବଶାଳୀ ଯୁଦ୍ଧାସ୍ତ୍ରକୁ ବିକଶିତ କରିବା ସହ ଏହାର ନିର୍ମାଣ କରିଛି ଭାରତୀୟ କମ୍ପାନି ଲାର୍ସନ୍‌ ଏଣ୍ଡ ଟୁବ୍ରୋ (ଏଲ୍‌ଏନ୍‌ଟି)। ଏହି ଯୁଦ୍ଧାସ୍ତ୍ରକୁ ଏକବିଂଶ ଶତାବ୍ଦୀର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ ଯୁଦ୍ଧାସ୍ତ୍ର ରୂପେ ସମଗ୍ର ବିଶ୍ୱ ମାନ୍ୟତା ପ୍ରଦାନ କରିବା ସହ ବିବେଚନା ମଧ୍ୟ କରୁଛି। ଚଳିତ ମେ ମାସ ୩୧ ତାରିଖ ସୁଦ୍ଧା ଏହି ଯୁଦ୍ଧାସ୍ତ୍ରକୁ ଭାରତୀୟ ସେନାରେ ସାମିଲ କରାଯିବା ପାଇଁ ଲକ୍ଷ୍ୟ ରଖା ଯାଇଛି।

ଏହି ଶକ୍ତଶାଳୀ, ମାରାତ୍ମକ ଏବଂ ଶତ ପ୍ରତିଶତ ଲକ୍ଷ୍ୟଭେଦୀ ସ୍ୱୟଂଚାଳିତ ହୋଏଜ୍‌ର ବନ୍ଧୁକ କେ୯ ବଜ୍ର-ଟି ୧୫୫ ଏମ୍‌ଏମ୍‌/ ୫୨ କାଲିବର ବନ୍ଧୁକର ନିର୍ମାଣକର୍ତ୍ତା ଏଲ୍‌ଏନ୍‌ଟି କହିଛି ଯେ ଏହି ଯୁଦ୍ଧାସ୍ତ୍ରଟି ଏକବିଂଶ ଶତାବ୍ଦୀର ଏକ ଯୁଦ୍ଧାସ୍ତ୍ର। ଏହା ଅତ୍ୟନ୍ତ ଦୂରପର୍ଯ୍ୟନ୍ତ ଗତି କରି ଲକ୍ଷ୍ୟ ଭେଦ କରିବାର ସାମର୍ଥ୍ୟ ରଖୁଥିବା ବେଳେ ଏହି ଯୁଦ୍ଧାସ୍ତ୍ରର ବ୍ୟବହାର ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତିରେ ବି ଅତ୍ୟନ୍ତ ସଫଳତାର ସହ କରାଯାଇ ପାରିବ। ବିଶ୍ୱର ଯୁଦ୍ଧାସ୍ତ୍ର ବିଶାରଦମାନେ ଏହି ୧୫୫ ଏମ୍‌ଏମ୍‌/ ୫୨ କାଲିବର ବନ୍ଧୁକକୁ ବିଶ୍ୱର ସର୍ବଶ୍ରେଷ୍ଠ ବନ୍ଧୁକର ମାନ୍ୟତା ପ୍ରଦାନ କରିଛନ୍ତି। ୧୦୦ଟି ସ୍ୱୟଂଚାଳିତ ହୋଏଜ୍‌ଟର ବନ୍ଧୁକ କେ୯ ଭାଜ୍‌ରା-ଟି ୧୫୫ ଏମ୍‌ଏମ୍‌/ ୫୨ କାଲିବର ବନ୍ଧୁକର ନିର୍ମାଣ ପାଇଁ ବ୍ୟୟ ହେଉଛି ୪,୫୦୦ କୋଟି ଟଙ୍କା।

ସମ୍ବନ୍ଧିତ ଖବର