ଭାରତରେ ହେଲା ସବୁଠାରୁ କମ୍‌ ବୟସ ଶିଶୁର ସଫଳ ସର୍ଜରି, ପୀତକୋଷରେ ଥିଲା ତିନିଟି ପଥର

ନୂଆଦିଲ୍ଲୀ: ଆଲିଗଡ଼ ମୁସ୍‌ଲିମ୍‌ ବିଶ୍ୱବିଦ୍ୟାଳୟ(ଏଏମୟୁ)ର ଜଣେ ଡାକ୍ତର ଏକ ୨୪୪ ଦିନ ଅର୍ଥାତ ସାଢ଼େ ଆଠ ମାସର ଶିଶୁର ସଫଳ ଲାପାରୋସ୍କୋପିକ ସର୍ଜରି କରି ଗିନିଜ ରେକର୍ଡରେ ନିଜ ନାମ ସାମିଲ କରିଛନ୍ତି। ସେ ୨୭୧ ଦିନର ଶିଶୁର ହୋଇଥିବା ସର୍ଜରି ରେକର୍ଡ ଭାଙ୍ଗି ଦେଇଛନ୍ତି।

ଏଏମୟୁସ୍ଥିତ ଜବାହାରଲାଲ ନେହେରୁ ମେଡିକାଲ କଲେଜ ହସ୍ପିଟାଲ୍ ଡାକ୍ତରଙ୍କ କହିବାନୁସାରେ, ନବଜାତ ରୀୟା କୁମାରୀଙ୍କୁ ନିଶ୍ୱାସ ନେବା ସହିତ ବାନ୍ତି ହେବାର ସମସ୍ୟା ଥିଲା। ସେଥିପାଇଁ ସେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଯାଞ୍ଚରୁ ଜଣାପଡ଼ିଲା କି ତାଙ୍କ ପିତକୋଷରେ ତିନିିଟି ପଥର ରହିଥିଲା। ଲାପାରୋସ୍କୋପିକ ସର୍ଜରି ଜରିଆରେ ଏହି ପଥର ବାହାର କରିବା ପାଇଁ କହିଥିଲେ।

ଗିନିଜ ଓ୍ଵାଲର୍ଡ ରେକର୍ଡରେ ଡାକ୍ତରଙ୍କ ଏହି ସଫଳ ସମ୍ପର୍କରେ ଆଲୋଚନା କରାଯାଇଛି। ରିଜଓ୍ଵାନ୍‌ ଅହମଦ ଖାନ୍‌ ଓ ତାଙ୍କ ଟିମ୍‌ ଜିଏନ୍‌ଏମସିଏଚ ଏଏମୟୁରେ ସର୍ଜରି କରି ୨୪୪ଦିନର ଶିଶୁର ପିତକୋଷରୁ ତିନିଟି ପଥର ବାହାର କରିଛନ୍ତି। ତେବେ ଭାରତରେ ଏହା ସବୁଠାରୁ କମ୍‌ ବୟସର ଶିଶୁର ସର୍ଜରି ବୋଲି କୁହାଯାଉଛି । ଶିଶୁଟି ସୁସ୍ଥ ଅଛି ତାକୁ ହସ୍‌ପିଟାଲରୁ ଛୁଟି ମିଳିସାରିଛି।

ସମ୍ବନ୍ଧିତ ଖବର