ମୋତେ କେହି ପଚାରୁନାହାନ୍ତି: ମୁଲାୟମ୍‌ ସିଂହ ଯାଦବ

ଲକ୍ଷ୍ନୌ: ବଞ୍ଚିଥିବା ଅବସ୍ଥାରେ ମୋତେ କେହି ବି ପଚାରୁ ନାହାନ୍ତି। ପୂର୍ବରୁ ଯେମିତି ସମ୍ମାନ ମିଳୁଥିଲା, ତାହା ଆଉ ମିଳୁନାହିଁ। ମୁଁ ମଲା ପରେ ବୋଧେ ମୋତେ ଲୋକେ ସମ୍ମାନ ଜଣାଇବେ। ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂହ ଯାଦବ ରବିବାର ଏଭଳି କହିଛନ୍ତି। ମୁଲାୟମ୍‌ କହିଛନ୍ତି, ଭାରତରେ ପରଂପରା ରହିଛି, ମଲା ପରେ ହିଁ ଲୋକଙ୍କୁ ସମ୍ମାନ ମିଳିବ। ତେଣୁ ତାଙ୍କ ମୃତ୍ୟୁ ପରେ ତାଙ୍କୁ ଲୋକମାନେ ନିଶ୍ଚିତ ସମ୍ମାନ କରିବେ। ସେ କହିଛନ୍ତି, ଲୋହିଆ ଜୀ ତାଙ୍କୁ ଥରେ କହିଥିଲେ ଯେ ଆମ ଦେଶରେ ମରିବା ପରେ ହିଁ କୌଣସି ବ୍ୟକ୍ତିଙ୍କୁ ଲୋକେ ସମ୍ମାନ ଦେଇଥାନ୍ତି।

ସମ୍ବନ୍ଧିତ ଖବର