ମୁମ୍ବାଇ ପୁଲିସ ‘ମଜନୁ’ଙ୍କ ମନ କଥା ବୁଝିବ! ମହିଳାଙ୍କୁ କରାଯାଇଥିବା ଏହି ମଜାଦାର୍‌ ଟୁଇଟ୍‌ ଭାଇରାଲ ହେଲା

ମୁମ୍ବାଇ: ମୁମ୍ବାଇ ପୁଲିସ ସୋସିଆଲ୍‌ ମିଡିଆରେ ମହିଳାମାନଙ୍କ ସୁରକ୍ଷା ଲାଗି କରୁଥିବା ପୋଷ୍ଟଗୁଡ଼ିକ ଏବେ ଚର୍ଚ୍ଚାରେ ରହୁଛି। ସାଧାରଣ ଭାବେ ମହିଳାଙ୍କୁ ଫେସବୁକ୍‌ କିମ୍ବା ହ୍ଵାଟସଅପ୍‌ ଜରିଆରେ ପୁରୁଷଙ୍କଠାରୁ ‘ହାଏ ଡିଅର୍‌’ ଲେଖାଥିବା ମେସେଜ୍‌ ଆସିଥାଏ। ଫ୍ରେଣ୍ଡସିପ୍‌ ଲାଗି ପ୍ରଥମ ପଦକ୍ଷେପ ସ୍ୱରୂପ କିଛିି ‘ମଜନୁ’ ଏଭଳି ମେସେଜ ପଠାଇଥାଆନ୍ତି। ମହିଳାଙ୍କୁ ପ୍ରେମଜାଲରେ ଛନ୍ଦିବାକୁ ଚାହୁଁଥିବା ଏଭଳି ପୁରୁଷଙ୍କୁ ପାନେ ଦେବା ପାଇଁ ମୁମ୍ବାଇ ପୁଲିସ୍‌ ଟ୍ଵିଟ୍‌ କରି ଏକ ‘ମେମେ’ ପୋଷ୍ଟ କରିଛି। ଏହା ଏବେ ଭାଇରାଲ୍‌ ହୋଇଛି।

କିଛି ପୁରୁଷ ଅଚିହ୍ନା ମହିଳାଙ୍କୁ ଏପରି ମେସେଜ୍‌ ମନ୍ଦ ଉଦ୍ଦେଶ୍ୟରେ କରିଥାଆନ୍ତି । ମୁମ୍ବାଇ ପୁଲିସ ପକ୍ଷରୁ ୩ଟି ମେମେ ଟ୍ଵିଟ୍‌ କରାଯାଇଛି, ଯେଉଁଥିରେ ଅଚିହ୍ନା ମହିଳାଙ୍କୁ ‘ମଜ୍‌ନୁ’ମାନେ କିଭଳି ମେସେଜ୍‌ ପଠାଇଥାଆନ୍ତି ତାହାର ନମୁନା ଦିଆଯାଇଛି। ଏଥି ସହ ଉଳ୍ଲେଖ କରାଯାଇଛି କି ମେସେଜ୍‌ ପଠାିଇ ଥିବା ବ୍ୟକ୍ତିଙ୍କ ନମ୍ବରକୁ ବ୍ଲକ୍‌ କରି ତୁରନ୍ତ ଆମକୁ କଲ୍‌ କରନ୍ତୁ। ଆମେ ସେମାନଙ୍କର ଆବେଗ ଓ ଉଦ୍ଦେଶ୍ୟର ଯତ୍ନ ନେବୁ। ୧୦୦ ଡାଏଲ୍‌ କରନ୍ତୁ।

http://zeenews.india.com

ମହିଳାମାନଙ୍କୁ ସୋସିଆଲ୍‌ ମିଡିଆ ଜରିଆରେ ହେଉଥିବା ନିର୍ଯାତନାକୁ ରୋକିବା ଲାଗି ମୁମ୍ବାଇ ପୁଲିସ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏହି ମଜାଦାର ଟ୍ଵିଟ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ଏହାକୁ ୯୦୦୦ ‘ଲାଇକ୍‌ସ’ ମିଳିଥିବା ବେଳେ ୪୦୦୦ ରିଟୁଇଟ୍‌ ହୋଇଛି।

ସମ୍ବନ୍ଧିତ ଖବର