ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ସହ ସଂଯୋଗ ଥିବା ସନ୍ଦେହରେ ତାମିଲନାଡୁର ୧୦ଟି ସ୍ଥାନରେ ଚଢ଼ଉ କଲା ଏନ୍ଆଇଏ
ନୂଆଦିଲ୍ଲୀ: ନେସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ) ସୋମବାର ତାମିଲ୍ନାଡୁର ୧୦ଟି ସ୍ଥାନରେ ଚଢ଼ଉ କରିଛି। ଆତଙ୍କବାଦୀ ସଂଗଠନ ଆଇଏସ୍କୁ ସମର୍ଥନ କରୁଥିବା ଅଭିଯୋଗ ଆସିଥିବା ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ କରି ଏନ୍ଆଇଏ ଏହି ଚଢ଼ଉ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜାନୁଆରି ୮ ତାରିଖରେ ଏ ନେଇ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ଏହି ଆତଙ୍କବାଦୀ ସଂଗଠନକୁ ସମର୍ଥନ କରି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିଲେ ବୋଲି ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିଲା।
ଏହି ଅଭିଯୋଗ ଆସିବା ପରେ ଏନ୍ଏଆଇ ଶେଖ୍ ଦାଉଦ, ମହମ୍ମଦ ରିଆଜ୍, ସଦ୍ଧିକ୍, ମୁଭାରିସ୍ ଅହମ୍ମଦ, ରିଜ୍ୱାନ, ହମିଦ୍ ଆକବର, ସଲିମ ଆଦି ଅଭିଯୁକ୍ତଙ୍କ ବାସଭବନରେ ଚଢ଼ଉ କରିଥିବା ସୂଚନା ରହିଛି।
ଏନ୍ଆଇଏ ପକ୍ଷରୁ ଜାଣିବାକୁ ମିଳିଛି ଯେ ଅଧିକାରୀଙ୍କ ପକ୍ଷରୁ ସମନ ପଠାଯାଇଥିବା ପରେ କି କିଛି ଅଭିଯୁକ୍ତ ପଚରାଉଚରା ପାଇଁ ଉପସ୍ଥିତ ହୋଇ ନ ଥିଲେ।
ନିକଟ ଅତୀତରେ ଶ୍ରୀଲଙ୍କାରେ ହୋଇଥିବା ବିସ୍ଫୋରଣରେ ଭାରତର ସଂଯୋଗ ଖୋଜିବା ଉଦେଶ୍ୟରେ ଏହି ଚଢ଼ଉ କରାଯାଇଥିଲା।