ଦୀର୍ଘ ୩ ବର୍ଷ ପରେ ଦିଲ୍ଲୀକୁ ଫେରିଲା ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା, ଜାଣନ୍ତୁ ଏହାକୁ ଉଲ୍ଲଂଘନ କଲେ ଦେବାକୁ ପଡ଼ିବ କେତେ ଜରିମାନା

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ସୀମା ପାର୍‌ କରିବା ପରେ ଦୀର୍ଘ ତିନି ବର୍ଷ ପରେ ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଲାଗୁ କରିବାକୁ ଚିନ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌।

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ ଶୁକ୍ରବାର ସୂଚନା ଦେଇ କହିଛନ୍ତି ଯେ ନଭେମ୍ବର ୪ରୁ ୧୫ ତାରିଖ ମଧ୍ୟରେ ଦିଲ୍ଲୀରେ ସଡ଼କରେ ପୁଣି ଯୁଗ୍ମ-ଅଯୁଗ୍ମ  ନମ୍ବରର ଗାଡ଼ି ଚଳାଚଳ ଲାଗୁ ହେବାକୁ ଯାଉଛି। ଏହି ଯୋଜନା ଅନୁସାରେ ଯୁଗ୍ମ ପଞ୍ଜିକୃତ ଗାଡ଼ି ନମ୍ବର ଥିବା ଗାଡ଼ି ଯୁଗ୍ମ ତାରିଖରେ ଓ ଅଯୁଗ୍ମ ପଞ୍ଜିକୃତ ଗାଡ଼ି ନମ୍ବର ଥିବା ଗାଡ଼ ଅଯୁଗ୍ମ ତାରିଖରେ ଯାତ୍ରା କରିପାରିବେ।

Mint

ତେବେ ଏହି ନିୟମକୁ ଭଙ୍ଗ କଲେ ୪୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ଯୁଗ୍ମ-ଅଯୁଗ୍ମ ନିୟମ ଭଙ୍ଗ କଲେ ୨୦୦୦ ଟଙ୍କା ଜରିମାନା ଦେବାକୁ ପଡୁଥିଲା। ସଂଶୋଧିତ ମୋଟର ଭେଇକିଲ୍‌ ଆଇନ ଅନୁସାରେ ପରିବହନ ବିଭାଗ ଦ୍ୱାରା ଏହି ଜରିମାନା ରାଶି ପରିବର୍ତ୍ତନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ଦୀପାବଳି ପରଠାରୁ ପ୍ରଦୂଷଣ ବଢ଼ି ରହିଛି। ଗତ ଚାରିବର୍ଷ ଭିତରେ ଏଥର ଦୀପାବଳିରେ ସବୁଠାରୁ ଅଧିକ ବାୟୁ ପ୍ରଦୂଷଣ ହୋଇଛି ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର