ପାକିସ୍ତାନ ଦେବାଳିଆ ହୋଇଯାଇଛି, ଭାରତ ସହ ଭଲ ସମ୍ପର୍କ ନ ରଖିଲେ ତିଷ୍ଠି ପାରିବ ନାହିଁ : ଇମ୍ରାନ ଖାଁ

ଇସ୍ଲାମାବାଦ : ପାକିସ୍ତାନରେ ଆସନ୍ତା କାଲି ନିର୍ବାଚନ ହେବାକୁ ଯାଉଛି । ଏଥର ନିର୍ବାଚନରେ ପୂର୍ବତନ କ୍ରିକେଟ ଖେଳାଳୀ ତଥା ପାକିସ୍ତାନ ତେହେରିକ-ଏ ଇନସାଫର (ପିଟିଆଇ) ମୁଖ୍ୟ ଇମ୍ରାନ ଖାଁ ପ୍ରଧାନମନ୍ତ୍ରୀ ପଦପାଇଁ ପ୍ରମୁଖ ଦାବିଦାର ବୋଲି କୁହାଯାଉଛି । ନିକଟରେ ସେ ଭାରତୀୟ ଟିଭି ଚ୍ୟାନେଲ ଓ୍ଵିଅନ ସହ ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ ପାକିସ୍ତାନକୁ ଭାରତ ସହ ସୁସମ୍ପର୍କ ସ୍ଥାପନ କରିବା ଛଡା ଅନ୍ୟ କିଛି ଉପାୟ ନାହିଁ । ସେ କହିଛନ୍ତି ଯେ ପାକିସ୍ତାନର ଅର୍ଥନୀତି ଏବେ ଭୁଷୁଡିବାକୁ ବସିଲାଣି । ପାକିସ୍ତାନ ଏବେ ଦେବେଳିଆ ସ୍ଥିିତିରେ ପହଞ୍ଚିଯାଇଛି, ଋଣ ଅନେକ ବଢିଯାଇଛି । ଖର୍ଚ୍ଚ ଉଠାଇବାକୁ ସମ୍ବଳ ନାହିଁ । ନୂଆ ଋଣ କରି ପୁରୁଣା ଋଣ ପରିଶୋଧ କରାଯାଉଛି । ଏପରିସ୍ଥିତିରେ ଭାରତ ସହ ସୁସମ୍ପର୍କ ରଖି ବେପାର ବାଣିଜ୍ୟ ବଢାଇବାକୁ ହେବ । ଭାରତ ସହ ଶତ୍ରୁତା କରି ପାକିସ୍ତାନ ବେଶୀ ଦିନ ତିଷ୍ଠିପାରିବ ନାହିଁ । ନୂଆ ସରକାରଙ୍କୁ ଦେଶର ଅର୍ଥନୀତିକୁ ସୁଧାରିବାକୁ ହେବ, ବିଭିନ୍ନ ଅନୁଷ୍ଠାନର ଢାଞ୍ଚାକୁ ମଝବୁତ କରିବାକୁ ହେବ ଓ ଦୁର୍ନୀତି କମାଇବାକୁ ହେବ । ଏପରି କଲେ ଦେଶର ସ୍ଥିତିରେ ଉନ୍ନତି ଆସିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର