ମୋଦୀଙ୍କୁ ଜାତିସଂଘର ସର୍ବୋଚ୍ଚ ପରିବେଶ ସମ୍ମାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍‌ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନଙ୍କୁ ଜାତିସଂଘର ସର୍ବୋଚ୍ଚ ପରିବେଶ ସମ୍ମାନ ‘ଚାମ୍ପିଅନ୍‌ସ ଅଫ୍‌ ଦି ଆର୍ଥ’ ପୁରସ୍କାର ପ୍ରଦାନ କରାଯିବ ବୋଲି ଆଜି ଜାତିସଂଘ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରିବେଶର ସୁରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ତାଙ୍କର ଦୂରଦୃଷ୍ଟି ସଂପନ୍ନ ନୀତି, ନେତୃତ୍ବ ଦକ୍ଷତା ଏବଂ ୨୦୨୨ ସୁଦ୍ଧା ଭାରତକୁ ପ୍ରଦୂଷଣ ସୃଷ୍ଟିକାରୀ ପ୍ଲାଷ୍ଟିକ୍‌ରୁ ମୁକ୍ତ କରିବା ପାଇଁ ସଂକଳ୍ପ ନିମନ୍ତେ ପ୍ରଦାନ କରାଯାଇଥିବା ଜାତିସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର