ବିହାରରେ ପୁଣି ଥରେ ମେଣ୍ଟ ସମ୍ଭାବନା: ରାହୁଲ ଓ ତେଜସ୍ୱୀଙ୍କ ‘ଲଞ୍ଚ୍‌-ପେ-ଚର୍ଚ୍ଚା’

ନୂଆଦିଲ୍ଲୀ: ଗୋଟିଏ ପଟେ ଗୁଜରାଟ ନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପି ସବୁ ଶକ୍ତି ଲଗାଇ ଦେଇଥିବା ବେଳେ ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କ ମଧ୍ୟାହ୍ନ ଭୋଜନ ଚର୍ଚ୍ଚାରେ ରହିଛି। ୨୦୧୯ ନିର୍ବାଚନ ପାଇଁ ଦୁଇ ନେତା ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ରାହୁଲ ଏବଂ ତେଜସ୍ୱୀ ଏକାଠି ମଧ୍ୟାହ୍ନ ଭୋଜନ କରିବା ପରେ ବିହାରରେ ଆରଜେଡି ସହ କଂଗ୍ରେସର ପୁଣିଥରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମଧ୍ୟାହ୍ନଭୋଜନ ସମୟରେ ଦୁଇ ନେତା ବିଜେପିର ମୁକାବିଲା ପାଇଁ ରଣନୀତି ସଂପର୍କରେ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି। ଏହି ମଧ୍ୟାହ୍ନ ଭୋଜନ ଆଲୋଚନା ପରେ ଉଭୟେ ଟ୍ଵିଟରରେ ପରସ୍ପରକୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର