କୋର୍ଟରେ ହାଜର ହେବେ ରାହୁଲ

ମୁମ୍ବାଇ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତାକାଲି ଭିଓ୍ଵାଣ୍ଡି କୋର୍ଟରେ ହାଜର ହେବେ ବୋଲି ଜଣେ କଂଗ୍ରେସ କର୍ମୀ କହିଛନ୍ତି। ୨୦୧୪ ମସିହାର ଏକ ନିର୍ବାଚନୀ ରାଲିରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପଛରେ ଆର୍‌ଏସ୍‌ଏସ୍‌ର ହାତଥିବା କହିବା ପରେ ରାଜେଶ କୁନ୍ତେ ନାମକ ଜଣେ କର୍ମୀ ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଥିଲେ। ଜୁନ୍‌ ୧୨ରେ ହାଜର ହେବା ପାଇଁ ତାଙ୍କୁ କୋର୍ଟ କହିଥିଲେ। ରାହୁଲ ମହାରାଷ୍ଟ୍ରକୁ ଦୁଇ ଦିନିଆ ଗସ୍ତରେ ଆସିବେ। ଏହି ସମୟରେ ସେ ବିଏମ୍‌ସି କର୍ପୋରେଟର ଓ ଦଳୀୟ କର୍ମୀମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର