ଭଦ୍ରାଙ୍କ ଅନ୍ତରୀଣ ଜାମିନ ଅବଧି ମାର୍ଚ୍ଚ ୩ ପର୍ଯ୍ୟନ୍ତ ବଢିଲା

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ଛନ୍ଦି ହୋଇଥିବା ଗାନ୍ଧି ପରିବାରର ଜାମାତା ରବର୍ଟ ଭଦ୍ରାଙ୍କ ଅନ୍ତରୀଣ ଜାମିନକୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ । ତେବେ ୧୦ ଦିନ ପାଇଁ ଇଡି ଜେରାର ସମ୍ମୁଖୀନ ହେବାକୁ ସ୍ୱତନ୍ତ୍ର କୋର୍ଟ ଅରବିନ୍ଦ କୁମାର ଭଦ୍ରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଭଦ୍ରାଙ୍କ ଓକିଲ କେଟିଏସ ତୁଲସୀ କହିଛନ୍ତି ଯେ ତାଙ୍କ ମହକିଲ ଇଡିକୁ ସବୁପ୍ରକାରର ସହଯୋଗ କରିବାକୁ ରାଜି ଅଛନ୍ତି । ତେବେ ଇଡିର ଜେରା ପଦ୍ଧତିକୁ ତୁଲସୀ ନାପସନ୍ଦ କରିଛନ୍ତି ।

ଗତକାଲି ଇଡି ବିକାନୀର ଜମି ଦୁର୍ନୀତି ମାମଲାରେ ରବର୍ଟ ଭଦ୍ରାଙ୍କ ସହ ସଂପୃକ୍ତ ସ୍କାଏଲାଇଟ ହସପିଟାଲିଟିର ପ୍ରାୟ ୪.୬୨ କୋଟି ଟଙ୍କାର ସଂପତ୍ତିକୁ ଏନଫୋର୍ସମେଣ୍ଟ ଡାଇରେକ୍ଟରୋଟ (ଇଡି) ଆଜି ଜବତ କରିଥିଲା । ସେହିପରି ବିକାନୀର ଜମି ଦୁର୍ନୀତିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କ ସଂପତ୍ତିକୁ ମଧ୍ୟ ଇଡି ଜବତ କରିଛି । ଅଗଷ୍ଟ ୨୦୧୫ରୁ ମାର୍ଚ୍ଚ ୨୦୧୭ ମଧ୍ୟରେ ଏହି ଦୁର୍ନୀତିରେ ସଂପୃକ୍ତ ଜୟପ୍ରକାଶ ବାଗରବା ଓ ଅନ୍ୟ ୧୦ ଜଣଙ୍କ ବିରୋଧରେ ରାଜସ୍ଥାନ ପୁଲିସ ମାମଲା ରୁଜ୍ଜୁ କରିଥିଲା । ସେହିପରି ସେପ୍ଟେମ୍ବର ୨୦୧୫ରେ ଏହି ଦୁର୍ନୀତିକୁ ନେଇ ଇଡିରେ ମଧ୍ୟ ଏକ ମାମଲା ରୁଜ୍ଜୁ କରାଯାଇଥିଲା ।

ସମ୍ବନ୍ଧିତ ଖବର