ଥିରୁଅନନ୍ତପୁରମ୍ : ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ମାମଲାରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ ତାକୁ ନେଇ ପ୍ରତିବାଦ ଓ ଆନ୍ଦୋଳନ ଜୋରଦାର ହୋଇଛି। ଆଉ ମାତ୍ର ଦୁଇ ଦିନ ପରେ ମନ୍ଦିର ଖୋଲିବାର ଥିବାରୁ ଆଜି ଆନ୍ଦୋଳନ ତୀବ୍ର ହୋଇଛି। ମହିଳାମାନଙ୍କ ସପକ୍ଷରେ ଏହି ରାୟ ଅାସିଥିଲେ ମଧ୍ୟ ସେମାନେ ବି ଏହାକୁ ବିରୋଧ କରିଛନ୍ତି। େତବେ ବିେଜପି ପକ୍ଷରୁ ହିଁ ଏହି ପ୍ରତିବାଦ ଆନ୍ଦୋଳନକୁ ଜୋରଦାର କରାଯାଇଥିବା ଜଣାପଡ଼ିଛି।
ମହିଳା ଏବଂ ଶିଶୁଙ୍କ ସମେତ ହଜାର ହଜାର ବିଜେପି କର୍ମୀ ଆଜି ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ ବିରୋଧରେ ଆନ୍ଦୋଳନ କରି ସଚିବାଳୟକୁ ଯାଇଥିଲେ। କେରଳରେ ବାମ ସରକାର ସୁପ୍ରିମକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବାର ନିଷ୍ପତ୍ତି ନେଇଥିବାରୁ ଏହାକୁ ବିରୋଧ କରି ଗତ ସପ୍ତାହରୁ ପାଣ୍ଡାଲମ୍ଠାରୁ ପ୍ରତିବାଦ ଆନ୍ଦୋଳନ ଜାରି ରହିଛି। ବିଜେପି ପକ୍ଷରୁ ଆଜି କେରଳ ସରକାରଙ୍କୁ ୨୪ ଘଣ୍ଟାର ସମୟ ଦିଅାଯାଇଛି। ୨୪ ଘଣ୍ଟା ମଧ୍ୟରେ ଯଦି ଏଲଡିଏଫ୍ ସରକାର କୌଣସି ସମାଧାନ ପନ୍ଥା ବାହାର ନ କରନ୍ତି, ତେବେ ଲକ୍ଷ୍ୟ ପୂରଣ ପାଇଁ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ବିଜେପି ପକ୍ଷରୁ ଧମକ ଦିଆଯାଇଛି।
ଏନ୍ଡିଏର ବହୁ ବରିଷ୍ଠ ନେତା ତଥା ଅଭିନେତାରୁ ରାଜନେତା ହୋଇଥିବା ସାଂସଦ ସୁରେଶ ଗୋପୀ ଏବଂ ଭାରତୀୟ ଧର୍ମ ଜନ ସେନା ମୁଖ୍ୟ ତୁଷାର ଭେଲାପ୍ପାଲି ଆଜିର ପ୍ରତିବାଦ ରୢାଲିରେ ଯୋଗଦେଇଥିେଲ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର