ବିଜେପିରେ ଯୋଗ ଦେଲା ପରେ କ’ଣ କହିଲେ ସାଇନା ନେହେୱାଲ୍‌?

ନୂଆଦିଲ୍ଳୀ: ବୁଧବାର ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି ପ୍ରସିଦ୍ଧ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ସାଇନା ନେହେୱାଲ୍‌। ଦିିଲ୍ଳୀ ବିଧାନସଭା ନିର୍ବାଚନର ଦିନ କେଇଟା ପୂର୍ବରୁ ଅଲମ୍ପିକ୍‌ରେ ବ୍ରୋଞ୍ଜ୍‌ ପଦକ ହାତେଇଥିବା ଏହି ସୁପରିଚିତା ଖେଳାଳି ବିଜେପିରେ ଯୋଗ ଦେବା କଥା ରାଜ‌େନୖତିକ ମାହଲକୁ ଗରମ କରିଛି। ଦଳରେ ପୂର୍ବରୁ ମଧ୍ୟ ଅନେକ ଖେଳାଳି ଯୋଗ ଦେଇଥିବାକୁ ଉଦାହାରଣ ରହିଛି।

ଦଳରେ ଯୋଗ ଦେବା ପରେ ନେହେୱାଲ୍‌ କହିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି କଠିନ ପରିଶ୍ରମ କରିବାକୁ ଚ‌ାହେଁ। ତାଙ୍କ କାମ ମୋତେ ପ୍ରେରିତ କରିଛି। ମୋଦୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି।’ସାଇନାଙ୍କ ସହ ତାଙ୍କ ଭଉଣୀ ଚନ୍ଦ୍ରାଂଶୁ ନେହେୱାଲ୍‌ଙ୍କୁ ବି ଦଳରେ ମିଶିଥିବା ସୂଚନା ରହିଛି।

Image Source: The Times of India

ହରିଆଣାର ଝିଅ ସାଇନା ଜଣେ ଜଣାଶୁଣା ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳିଳି। ବିଜେପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସାଇନାଙ୍କ ଉପସ୍ଥିିତିରେ ସାଇନା ବିଜେପିରେ ଯୋଗ ଦେଲେ ବୋଲି ଘୋଷଣା କରିଛି।

ସାଇନାଙ୍କ ବିଜେପିରେ ଯୋଗ ଦେବା ବିଶେଷ ଆଶ୍ଚର୍ଯ୍ୟକର କଥା ନୁହେଁ। ପୂର୍ବରୁ ସେ ଅନେକ ଥର ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି।

ଦଳର ଜାତୀୟ ସଚିବ ଅରୁଣ ସିଂହ ସାଇନାଙ୍କୁ ବିଜେପିରେ ସାମିଲ କରାଇ କହିଛନ୍ତି, ‘ଦେଶ ପାଇଁ ପୁରସ୍କାର ଆଣିଥିବା ନେହଓ୍ଵାଲ୍‌ଙ୍କ ପାଇଁ ଭାରତ ଗର୍ବିତ। ୨୦୧୨ ଲଣ୍ଡନ୍‌ ଅଲିମ୍ପିକ୍ସ୍‍ରେ ସେ କାଂସ୍ୟ ପଦକ ଜିଣିଥିଲେ। ସେ ହେଉଛନ୍ତି ବ୍ୟାଡ୍‌ମିଣ୍ଟନ୍‌ ଖେଳରେ ଅଲିମ୍ପିକ୍‌ ପଦକ ଜିଣିଥିବା ପ୍ରଥମ ଭାରତୀୟ। କମନ୍‌ ୱେଲ୍‌ଥ ଗେମ୍‌ସ୍‌ରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି।

 

ସମ୍ବନ୍ଧିତ ଖବର