ସାମ୍ନାକୁ ଆସିଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ମିଳୁଥିବା ଦରମାର ବିବରଣୀ, ବିଧାନସଭା ସଦସ୍ୟଙ୍କ ଠାରୁ ବି ତାଙ୍କ ଦରମା କମ୍

ନୂଆଦିଲ୍ଲୀ : ଭାରତ-ପାକ୍‌ ମଧ୍ୟରେ ଆତଙ୍କବାଦୀମାନଙ୍କୁ ଦମନ କରିବାକୁ ନେଇ ଅନେକ ତର୍କ ବିତର୍କ ଲାଗି ରହିଥିବା ବେଳେ ଏବେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଫେବୃଆରି ମାସର ଦରମାର ବିବରଣୀ ପାକିସ୍ତାନ ନିଉଜ୍‌ ଚ୍ୟାନେଲ ଦେଖାଇବା ପରେ ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ପାକସ୍ତାନୀ ନିଉଜ୍‌ ଚ୍ୟାନେଲ ଜିୟୋ ନିଉଜ୍‌ ଦେଇଥିବା ସୂଚନା ଅନୁଯାୟୀ, ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ପ୍ରତି ମାସରେ ପାକିସ୍ତାନୀ ମୁଦ୍ରା ହିସାବରେ ୨.୦୧ଲକ୍ଷ ଟଙ୍କା ମିଳିଥାଏ । ଆୟକର କଟାଯିବା ପରେ ତାଙ୍କୁ ୧୯୬,୯୭୯.୦୦ଟଙ୍କା ମିଳିଥାଏ । ଭାରତୀୟ ମୁଦ୍ରା ହିସାବରେ ଦେଖିବାକୁ ଗଲେ, ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ମାସିକ ଦରମା ଆକାରରେ ୧ଲକ୍ଷ ଟଙ୍କା ଦିଆ ଯାଇଥାଏ । ଭିଡିଓରେ ରିପୋର୍ଟର ଜଣଙ୍କ ଏହି ସୂଚନା ଦେବା ପରେ ପଞ୍ଜାବର ବିଧାନସଭା ସଦସ୍ୟଙ୍କୁ ଏହା ଠାରୁ ଅଧିକ ଦରମା ମିଳୁଥିବା କଥା କହୁଥିବା ଦେଖା ଯାଇଛି । ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ୧ଲକ୍ଷ ଟଙ୍କା ମିଳୁଥିବା ବେଳେ ପଞ୍ଜାବର ବିଧାନସଭା ସଦସ୍ୟଙ୍କୁ ମାସିକ ୩ ଲକ୍ଷ ଟଙ୍କା ଦରମା ମିଳୁଥିବା କହିଛନ୍ତି ଜିୟୋ ନିଉଜ୍‌ ଚ୍ୟାନେଲର ରିପୋର୍ଟର ।

ସମ୍ବନ୍ଧିତ ଖବର