ଯଶଓ୍ଵନ୍ତଙ୍କୁ ସମର୍ଥକ କରୁଥିବା କହି ନିଅାଁରେ ଘିଅ ଢାଳିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥା ସମ୍ପର୍କରେ ଅରୁଣ ଜେଟଲୀ ଓ ପୂର୍ବତନ ବିତ୍ତମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନାଙ୍କ ମତ ବିନିମୟ ପରେ ସୃଷ୍ଟି ହୋଇଥିବା ଝଡ ଥମିବାର ନାଁ ଧରୁନି । ଏହି ସମୟରେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନାଙ୍କ ଟୁଇଟ୍‌ ନିଅାଁରେ ଘିଅ ଢାଳିଛି । ସେ ଓ ତାଙ୍କ ଦଳର ବହୁ ନେତା ଯଶଓ୍ଵନ୍ତଙ୍କ ସମର୍ଥନରେ ଠିଆ ହେବେ ବୋଲି ଟୁଇଟ୍‌ କରି ସେ ବିବାଦକୁ ଆଉଟିକେ ବଢାଇ ଦେଇଛନ୍ତି ।

ପୂର୍ବତମ ବିତ୍ତମନ୍ତ୍ରୀ ଯଶଓ୍ଵନ୍ତ ନିଜ ଲେଖା ଜରିଆରେ ବର୍ତ୍ତମାନର ଅର୍ଥବ୍ୟବସ୍ଥାରେ ବହୁ ବ୍ୟତିକ୍ରମ ରହିଥିବା ଦର୍ଶାଇଥିବା ବେଳେ ଏହାକୁ ନେଇ ଅନ୍ୟ ଦଳୀୟ କର୍ମୀ ଗଣମାଧ୍ୟମରେ ଟପ୍ପଣୀ କରିଥିଲା । ଯାହାର ଜବାଦ ଦେଇ ବର୍ତ୍ତମାନର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଯଶଓ୍ଵନ୍ତଙ୍କ ନାଁ ନ ନେଇ ସେ ୮୦ ବର୍ଷ ବୟଷରେ ଚାକରି ଖୋଜୁଛନ୍ତି କହି ନିଜ ମତ ରହିଥିଲେ । ଉଭୟ ରାଜନେତାଙ୍କ କଥା କଟାକଟି ଭିତରେ ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା ଟୁଇଟ୍‌ କରି ସେ ଯଶୋବନ୍ତଙ୍କ ମତକୁ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି । କେବଳ ସେ ନୁହେଁ ତାଙ୍କ ଦଳର ଅନେକ କର୍ମୀ ଯଶଓ୍ଵନ୍ତଙ୍କୁ ସମର୍ଥନ କରନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍‌ ଯୋଗେ ଜଣାଇଛନ୍ତି । ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି ।

ସମ୍ବନ୍ଧିତ ଖବର