ଭଗବାନ ରାମଙ୍କୁ ଧନ୍ୟବାଦ ଜଣାଇବାକୁ ଅଯୋଧ୍ୟା ଯିବେ ଉଦ୍ଧବ ଠାକରେ ଓ ତାଙ୍କର ୧୮ ସାଂସଦ

ମୁମ୍ବାଇ : ଭଗବାନ ରାମଙ୍କୁ ଧନ୍ୟବାଦ ଜଣାଇବାକୁ ଆସନ୍ତା କାଲି ଅର୍ଥାତ ରବିବାରଦିନ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜ ଦଳର ୧୮ ନବନିର୍ବାଚିତ ସାଂସଦଙ୍କ ସହ ଅଯୋଧ୍ୟା ଗ୍ରସ୍ତରେ ଯିବେ । ଭଗବାନଙ୍କ ଦୟାରୁ ଏଥର ଶିବସେନା ୧୮ ଟି ଆସନରେ ଜିତିଥିବାରୁ  ଉଦ୍ଧବ  ଭଗବାନ ରାମଙ୍କୁ ଦର୍ଶନ କରି ଧନ୍ୟବାଦ ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଶିବସେନାର ୟୁପି ମୁଖ୍ୟ ଅନୀଲ ସିଂ ।

ସେ କହିଛନ୍ତି ଯେ ଉଦ୍ଧବଙ୍କ ଏହି ଗ୍ରସ୍ତକୁ ନେଇ ରାଜନୀତି କରାଯିବ ଉଚିତ ନୁହେଁ ।  ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ଠାକରେ କେତେକ ଧାର୍ମୀୟ କ୍ଷେତ୍ର ଦର୍ଶନ କରିବାକୁ ଚାହୁଁଥିଲେ । ଏବେ ନିର୍ବାଚନ ଶେଷ ହୋଇଥିବାରୁ ସେ ଦର୍ଶନ କରିବାକୁ ଯିବେ ।  ଏହା ରାଜନୀତି ନୁହେଁ, ମାତ୍ର ଶ୍ରଦ୍ଧା ଓ ବିଶ୍ୱାସ ବୋଲି ସେ କହିଛନ୍ତି । ରବିବାରଦିନ ଠାକରେ ରାମ ଲଲ୍ଲାଙ୍କୁ ଦର୍ଶନ କରିବେ । ଗତ ନଭେମ୍ବର ମାସରେ ମଧ୍ୟ ଉଦ୍ଧବ ଅଯୋଧ୍ୟା ଯାଇଥିଲେ ।

ସମ୍ବନ୍ଧିତ ଖବର