ବିବାହ ଉତ୍ସବରେ ଆଇଏସ୍‌ ଆତ୍ମଘାତୀ ବିସ୍ଫୋରଣ, ୬୫ ମୃତ

କାବୁଲ: ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟ୍‌ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ବିବାହ ଉତ୍ସବ ସ୍ଥଳରେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିବାରୁ ୬୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକ ଆହତ ହୋଇଛନ୍ତି। ଗତରାତିରେ ହୋଇଥିବା ଏହି ବର୍ବର ଆକ୍ରମଣ ପରେ କାବୁଲରେ ଆତଙ୍କ ଖେଳିଯାଇଛି। ସାଧାରଣ ଲୋକଙ୍କୁ ଟାର୍ଗେଟ୍‌ କରି ଚଳିତ ବର୍ଷ ଏହା ଆଇଏସ୍‌ର ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଇଛି। ଆଜି ବିବୃତି ଜାରି କରି ଆଇଏସ୍‌ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ସହ ଆଗକୁ ଆହୁରି ବଡ଼ ଆକ୍ରମଣ ପାଇଁ ଧମକ ଦେଇଛି। ୨୦୧୪ରୁ ଆଫଗାନିସ୍ତାନରେ ଆଇଏସ୍‌ ସକ୍ରିୟ ହୋଇଥିବା ବେଳେ ଏବେ ତାଲିବାନ ଅପେକ୍ଷା ଆଇଏସ୍‌ ବଡ଼ ବିପଦ ଭାବେ ଦେଖାଦେଇଛି । ସିହା ସଂପ୍ରଦାୟକୁ ଟାର୍ଗେଟ୍‌ କରି ଆଇଏସ୍ ଆକ୍ରମଣ କରୁଛି। ଅନ୍ୟପକ୍ଷରେ ତାଲିବାନ ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ୍‌ କରୁଛନ୍ତି। ଏବେ ଆଫଗାନିସ୍ତାନରେ ଆମେରିକାର ୧୪ ହଜାର ସୈନିକ ରହିଛନ୍ତି ଏବଂ ଆମେରିକା ଆଫଗାନିସ୍ତାନରୁ ପର୍ଯ୍ୟାୟକ୍ରମେ ସେନା ପ୍ରତ୍ୟାହାର ପାଇଁ ଯୋଜନା କରିଛି।

ସମ୍ବନ୍ଧିତ ଖବର