ବିଜୟଓ୍ଵାଡ଼ା: ଶନିବାର ପ୍ରତ୍ୟୁଷରେ ଆନ୍ଧ୍ରପ୍ରଦେଶର ରାଜାମହେନ୍ଦ୍ରବରମ୍ ଠରେ ଏକ ବେଆଇନ୍ ବାଣ କାରଖାନାରେ ବିସ୍ଫୋରଣ ଘଟିବାରୁ ଗୋଟିଏ ପରିବାରର ତିନି ଜଣ ଲୋକ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୃତଲୋକମାନେ ହେଲେ ୬୦ ବର୍ଷୀୟ ମୁତ୍ୟମ୍ରେଡ୍ଡୀ ସୂର୍ଯ୍ୟକାନ୍ତମ୍, ତାଙ୍କ ବୋହୂ ୩୫ ବର୍ଷୀୟ ଧନଲକ୍ଷ୍ମୀ ଏବଂ ୧୬ ବର୍ଷୀୟ ନାତି ବିନୟ।
ଆହତ ହୋଇ ସ୍ଥାନୀୟ ସରକାରୀ ଡାକ୍ତରଖାନରେ ଭର୍ତ୍ତି ହୋଇଥିବା ଅନ୍ୟ ତିନି ଜଣଙ୍କ ଅବସ୍ଥା ଉଦ୍ବେଗଜନକ ରହିଛି। ଦୁଇ ମହିଳା ଘଟନାସ୍ଥଳରେ ପ୍ରାଣ ହରାଇଥିବା ବେଳେ ବିନୟ କିଛି ଘଣ୍ଟା ପରେ ମୃତ୍ୟୁ ଘଟିଥିଲା।
ରାଜମହେନ୍ଦ୍ରବରମ୍ର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଶେମୁଶି ବାଜପେୟୀ କହନ୍ତି: ରାତି ପ୍ରାୟ ଦୁଇଟା ବେଳେ ଉପନଗରୀ ଲାଲାଚେରୁବୁ ଅନ୍ତର୍ଗତ ଏକ ଚାଳଘରେ ବାଣ ଭିଡ଼ା ଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା।
ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ। ବେଆଇନ ବାଣ କାରଖାନା ବନ୍ଦ କରାଇ ପାରୁ ନ ଥିବାରୁ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଆନ୍ଧ୍ରପ୍ରଦେଶର ଅନେକ ଗ୍ରାମରେ ବେଆଇନ ବାଣ ତିଆରି କାରଖାନା କୁଟୀର ଶିଳ୍ପ ପାଲଟିଛି। ଦୀପାବଳି ପୂର୍ବରୁ ଏହି ବେଆଇନ କାରଖାନା ସବୁ ବିନା ଲାଇସେନ୍ସ୍ ଏବଂ ଶ୍ରମିକମାନଙ୍କ ପାଇଁ ବିନା ସୁରକ୍ଷା ବ୍ୟବସ୍ଥାରେ ଚାଲେ।