ଭାଲେଣ୍ଟାଇନ୍‌ ଡେ’କୁ ତୋଗାଡ଼ିଆଙ୍କ ସମର୍ଥନ : ପ୍ରେମ କରିବା ଯୁବକ-ଯୁବତୀଙ୍କ ଅଧିକାର

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ସଭାପତି ପ୍ରବୀଣ ତୋଗାଡ଼ିଆ ଭାଲେଣ୍ଟାଇନ୍‌ ଡେ’କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ପ୍ରେମ କରିବା ଯୁବକ-ଯୁବତୀଙ୍କ ଅଧିକାର ଏବଂ ଏଥିରୁ ସେମାନଙ୍କୁ କେହି ବଞ୍ଚିତ କରିାପରିବେ ନାହିଁ। ଯୁବକ-ଯୁବତୀ ପ୍ରେମ ନକଲେ ସୃଷ୍ଟି ଚାଲିପାରିବ ନାହିଁ ବୋଲି ସେ କହିଛନ୍ତି। ଭାଲେଣ୍ଟାଇନ ଡେ’ରେ କୌଣସି ପ୍ରକାର ବିରୋଧ କିମ୍ବା ହିଂସା ହେବ ନାହିଁ ବୋଲି ସେ କହିଛନ୍ତି। ତେବେ ଦୀର୍ଘ ବର୍ଷ ଧରି ଏହି ବିଶ୍ୱ ହିନ୍ଦୁ ପରିଷଦ ନେତା ଭାଲେଣ୍ଟାଇନ ଡେ’କୁ ବିରୋଧ କରି ଆସିଥିବା ବେଳେ ଚଳିତ ବର୍ଷ ହଠାତ ତାଙ୍କ ସ୍ୱର ସଂପୂର୍ଣ୍ଣ ବଦଳାଇ ଦେବା ବିସ୍ମୟ ସୃଷ୍ଟି କରିଛି । ପୂର୍ବରୁ ତୋଗାଡ଼ିଆଙ୍କ ସଂଗଠନ ଏ ବାବଦରେ ବିରୋଧ ପାଇଁ ଆଗୁଆ ଘୋଷଣା କରି ପ୍ରେମୀଙ୍କ ମନରେ ଭୟ ସୃଷ୍ଟି କରୁଥିଲା। ତେବେ ଏଥର ତୋଗାଡ଼ିଆଙ୍କ ଭିନ୍ନ ରୂପ ଚର୍ଚ୍ଚାର ବିଷୟ ପାଲିଛି।
ଚଣ୍ଡିଗଡ଼ରେ ଏକ କାର୍ଯ୍ୟକ୍ରମରେ ଉଦ୍‌୍‌ବୋଧନ ଦେଇ ତୋଗାଡ଼ିଆ କହିଛନ୍ତି ଯେ ଯୁବକ-ଯୁବତୀଙ୍କୁ ପ୍ରେମ କରିବା ପାଇଁ ସଂପୂର୍ଣ୍ଣ ଅଧିକାର ମିଳିବା ଆବଶ୍ୟକ। ପ୍ରେମ ନକେଲ ବିବାହ ହୋଇପାରିବ ନାହିଁ ଏବଂ ବିବାହ ନହେଲେ ସୃଷ୍ଟି ଚାଲିପାରିବ ନାହିଁ ବୋଲି ସେ କହିଛନ୍ତି। ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଂଗ ଦଳ ଭାରତରେ ଭାଲେଣ୍ଟାଇ ଡେ’କୁ ନିଷିଦ୍ଧ କରିବା ପାଇଁ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିବା ବେଳେ ତୋଗାଡ଼ିଆଙ୍କ ଏଭଳି ବୟାନ ସଂଗଠନ ପାଇଁ ଅଡ଼ୁଆ ସୃଷ୍ଟି କରିିଛି।

ସମ୍ବନ୍ଧିତ ଖବର