ଜମ୍ମୁକଶ୍ମୀରରୁ ଆସିଥିବା ଦୁଇ ଆଇଏସ୍‌ ଆତଙ୍କବାଦୀ ଦିଲ୍ଲୀରେ ଗିରଫ

ନୂଆଦିଲ୍ଲୀ : ଶୁକ୍ରବାର ଦୁଇ ଆଇଏସ୍‌ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ଗୁରୁବାର ମଧ୍ୟରାତି୍ରରେ ଲାଲ୍‌କିଲ୍ଲା ନିକଟରୁ ଜମ୍ମୁକଶ୍ମୀରରୁ ଆସିଥିବା ଏହି ଦୁଇ ଆତଙ୍କବାଦୀକୁ ପୁଲିସ ଗିରଫ କରିଛି । ଦୁଇ ଜଣ ଦିଲ୍ଲୀରେ ଏକ ବଡ଼ ଧରଣର ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆସିଥିବା ପୁଲିସ ସନ୍ଦେହ କରିଛି । ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇ ପଚରାଉଚରା ଜାରି ରଖିଛି ପୁଲିସ ।

Mid-Day

ପୂର୍ବରୁ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ପୁଲିସକୁ ଖବର ମିଳିଥିବା ବେଳେ ଦୁଇ ଆଇଏସ୍‌ ଆତଙ୍କବାଦୀ ଏକ ସପ୍ତାହ ପୂର୍ବରୁ ଦିଲ୍ଲୀକୁ ଆସିଥିବା ଜଣାପଡ଼ିଛି । ପୁଲିସକୁ ଖବର ମିଳିବା ପରେ ସନ୍ଧାନ କରି ଗୁରୁବାର ମଧ୍ୟ ରାତିରେ ଲାଲ୍‌କିଲ୍ଲାଠାରୁ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ତେବେ ଦୁହିଁଙ୍କ ଦିଲ୍ଲୀ ଆସିବା ପଛରେ କାରଣ କ’ଣ ଥିଲା ତାହା ଖୁବ୍‌ ଶୀଘ୍ର ଜଣା ପଡ଼ିବ ବୋଲି ପୁଲିସ ସୂଚନା ଦେଇଛି ।

ସମ୍ବନ୍ଧିତ ଖବର