ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକାରେ ୬ ନୂଆ ମୁହଁ

ଭୁବନେଶ୍ୱର: କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାର ୩୬ଟି ବିଧାନସଭା ଆସନରେ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମାତ୍ର ୬ଜଣ ପ୍ରାର୍ଥୀ ବଦଳାଇଛନ୍ତି।

ସେମାନେ ହେଲେ ରବିନାରାୟଣ ମହାପାତ୍ର (ରଣପୁର), ସରୋଜ କୁମାର ସମାଲ (ଢ଼େଙ୍କାନାଳ), ହୃଷୀକେଶ ନାୟକ (ପାଟଣା), ଅଭିରାମ ନାୟକ (କେନ୍ଦୁଝର), ବିଜୟ କୁମାର ନାୟକ (କରଞ୍ଜିଆ) ଓ ସୁଦର୍ଶନ ଜେନା(ନୀଳଗିରି)।

ରଣପୁର ବିଧାୟକ ରବି ନାରାଣୟ ମହାପାତ୍ରଙ୍କ ବଦଳରେ ଏଥର ବଛାଯାଇଛି ସତ୍ୟସାରାୟଣ ପ୍ରଧାନଙ୍କୁ। ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ସରୋଜଙ୍କ ସ୍ଥାନରେ ସୁଧୀର ସାମଲଙ୍କୁ ଢ଼େଙ୍କାନାଳରୁ ପ୍ରାର୍ଥୀ କରାଯାଇଛି। ସେହିପରି ହୃଷୀକେଶଙ୍କ ବଦଳରେ ଜଗନ୍ନାଥ ନାୟକ, ଅଭିରାମଙ୍କ ସ୍ଥାନରେ ମାଧବ ସର୍ଦ୍ଦାର, କରଞ୍ଜିଆରୁ ବିଜୟ ନାୟକଙ୍କ ପରିବର୍ତ୍ତେ ବାସନ୍ତୀ ହେମ୍ବ୍ରମଙ୍କୁ ଏବଂ ନୀଳଗିରିରୁ ସୁଦର୍ଶନ ଜେନାଙ୍କ ବଦଳରେ ସୁଧାଂଶୁ ଶେଖର ପରିଡାଙ୍କୁ ଦଳର ପ୍ରାର୍ଥୀ ଭାବେ ମନୋନୟନ କରାଯାଇଛି।

ତେବେ ଯାଜପୁର, କୋରେଇ, ଭଦ୍ରକ, ବାଲେଶ୍ୱର, ବସ୍ତା, ବରୀ, ବଡ଼ଚଣା ପ୍ରଭୃତି ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ଆସନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ତାଲିକାକୁ ସମସ୍ତେ ଅନାଇ ବସିଛନ୍ତି।

ସମ୍ବନ୍ଧିତ ଖବର