ଆପଣଙ୍କ ଘରେ ବନାଇ ପାରିବେ ସ୍ୱାଦିଷ୍ଟ୍‍ ସ୍ୟାଣ୍ଡ୍‌ଉଇଚ୍‌, ଅଳ୍ପ ଖର୍ଚ ସହ ଶରୀର ଲାଗି ଉପକାରୀ ବି…

ସ୍ୟାଣ୍ଡ୍‌ଉଇଚ୍‌ ଖାଇବାକୁ କାହାକୁ ବା ଭଲ ଲାଗେନା? ଅଧିକାଂଶ ଲୋକ ପିଜା ଖାଇବାକୁ ପସନ୍ଦ କରିଥାନ୍ତି। କୌଣସି ସ୍ୟାଣ୍ଡ୍‌ଉଇଚ ଦୋକାନ କିମ୍ବା ବିନା ଡେଲିଭରିରେ ବି ଆପଣ ଏହି ସ୍ୱାଦିଷ୍ଟ ଖାଦ୍ୟର ମଜ୍ଜା ଉଠାଇ ପାରିବେ, ନିଜ ଘରେ ବସି। ତେବେ, ଚାଲନ୍ତୁ ଜାଣିବା କେଉଁଭଳି ଭାବେ ଆମେ ନିଜ ଘରେ ସ୍ୟାଣ୍ଡ୍‌ଉଇଚ୍‌ ପ୍ରସ୍ତୁତ କରିପାରିବା।

ବନ୍ଧାକୋବି, ଫୁଲକୋବି, ଗାଜର, ବିଟ୍‌, ବିଲାତି ବାଇଗଣ, ବିନ୍‌, ଧନିଆପତ୍ର ଆଦି ମିଶାଇ ଏକ ଭଜା ପ୍ରସ୍ତୁତ କରନ୍ତୁ। ମନେ ରଖନ୍ତୁ ଭଜା ରିଫାଇନ୍‌ ତେଲରେ କରିବେ। ଚାହିଁଲେ ବାସ୍ନା ପାଇଁ ନିଜ ମୁତାବକ ଜିରା, ଧନିଆ, ଲଙ୍କା ଗୁଣ୍ଡ ଆଦି ବ୍ୟବହାର କରିପାରନ୍ତି।

ଚୁଲାରେ ତାଓ୍ଵା ବସାନ୍ତୁ। ସେଥିରେ ପ୍ରଥମେ ଏକ ପାଉଁରୁଟି ରଖନ୍ତୁ। ପାଉଁରୁଟି ଉପରେ ଏକ କଞ୍ଚା ଅଣ୍ଡା ଫଟାଇ ପକାନ୍ତୁ। ସେହି କଞ୍ଚା ଅଣ୍ଡା ଉପରେ ଆବଶ୍ୟକ ପରିମାଣର ଲୁଣ, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଆଦି ଦିଅନ୍ତୁ। କିଛି ସମୟ ପରେ ତାହାକୁ ଓଲଟାଇ ଦିଅନ୍ତୁ। ଦେଖିବେ ତଳ ପଟୁ ଆମ୍‌ଲେଟ୍‌ ପରି ଦିଶିବ। ତାପରେ ସେହି ପଟରେ ହିଁ ପରିବା ସବୁ ମିଶାଇ କରିଥିବା ସେ ଭଜାକୁ ଦେଇ ଦିଅନ୍ତୁ।

ପୂର୍ବରୁ ହାଲୁକା ଭାବେ ଭାଜି ଆଉ ଏକ ପାଉଁରୁଟି ରଖିଥିବେ। ସେହି ଭଜା ପାଉଁରୁଟିକୁ ପରିବା ଉପରେ ରଖି ଦିଅନ୍ତୁ। ଆପଣ ଚାହିଁଲେ ତାଭିତରେ ଚିଲି ସସ୍‌ ଓ ଟମାଟର୍‌ ସସ୍‌ ବି ପକାଇ ପାରିବେ। ତା’ପରେ ଘରେ ବସି ଏକଦମ ସୁସ୍ଥକର ସ୍ୟାଣ୍ଡ୍‌ଉଇଚ୍‌ର ମଜା ନେଇପାରିବେ।

ସମ୍ବନ୍ଧିତ ଖବର