ଚାଷୀଙ୍କ ପାଇଁ ଖୋଲିବ ଏଫ୍‌ପିଓ

ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଓୟୁଏଟି ପ୍ରାରମ୍ଭିକ ପର୍ଯ୍ୟାୟରେ ହିଞ୍ଜିଳିକାଟୁ ଓ ସୋରଡ଼ା ବ୍ଲକ୍‌

ଭୁବନେଶ୍ୱର: ଚାଷୀଙ୍କୁ ଉତ୍ତମ ଜ୍ଞାନକୌଶଳ ସହ ବଜାର ସୁବିଧା, ପ୍ୟାକିଂ ସୁବିଧା, ଶସ୍ୟ ସଂରକ୍ଷଣ ଯୋଗାଇଦେବା ଲାଗି ପଦକ୍ଷେପ ହାତକୁ ନେଇଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)। ପ୍ରଥମ ଥର ଲାଗି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଏବଂ ସୋରଡ଼ା ବ୍ଲକରେ କୃଷକ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ(ଏଫ୍‌ପିଓ) ପ୍ରତିଷ୍ଠା କରାଯିବ। ଏନେଇ ଓୟୁଏଟି ପକ୍ଷରୁ କୃଷି ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ବିଭାଗର ଅନୁମୋଦନ ମିଳିବା ପରେ ତାହାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି ବିଶ୍ୱବିଦ୍ୟାଳୟ। ବର୍ଷ ସାରା ଚାଷ ହେଉଥିଲେ ମଧ୍ୟ ଚାଷୀଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ମିଳୁନି। ଯେଉଁଥିପାଇଁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ବଜାର ସୁବିଧା ନ ଥିବାରୁ ନିର୍ଧାରିତ ମୂଲ୍ୟଠାରୁ କମ୍‌ରେ ଶସ୍ୟ ବିକ୍ରି କରୁଛନ୍ତି। ଚାଷରେ ଯେତିକି ଟଙ୍କା ଖର୍ଚ୍ଚ କରୁଛନ୍ତି ସେତିକି ଆୟ କରିପାରୁ ନାହାନ୍ତି। ଶୀତଳ ଭଣ୍ଡାର ନ ଥିବାରୁ ପନିପରିବା ମଧ୍ୟ ସଂରକ୍ଷଣ କରାଯାଇପାରୁନି। ତାହାକୁ ଦୃଷ୍ଟିରେ ରଖି ଚାଷୀଙ୍କ ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ପହଞ୍ଚାଇବା ଲାଗି ପଦକ୍ଷେପ ନେଇଛି ଓୟୁଏଟି।

ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଏବଂ ସୋରଡ଼ାରେ ହେବାକୁ ଥିବା ଏଫ୍‌ପିଓରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପନିପରିବାକୁ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯିବ। ଓୟୁଏଟି ଅଧୀନରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ସହାୟତାରେ ଏଫ୍‌ପିଓ ଗଠିତ ହେବ। ଭଞ୍ଜନଗରସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଅଧୀନରେ ସୋରଡ଼ା ଏଫ୍‌ପିଓ କାର୍ଯ୍ୟ କରିବାକୁ ଥିବା ବେଳେ ବ୍ରହ୍ମପୁରସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଅଧୀନରେ ହିଞ୍ଜିଳିକାଟୁ ରହିବ। ପ୍ରତ୍ୟେକ ଏଫ୍‌ପିଓରେ ଏକ ହଜାର ଚାଷୀ ରହିବେ।

ପ୍ରସ୍ତାବ ଉପରେ କୃଷି ବିଭାଗ ସହମତି ପ୍ରକାଶ କରିବା ପରେ ଗତ ଦୁଇ ଦିନ ହେଲା ଓୟୁଏଟି କୁଳପତି ପ୍ରଫେସର ସୁରନ୍ଦ୍ରନାଥ ପଶୁପାଳନ ଉଭୟ ବ୍ଲକକୁ ଗସ୍ତ କରି ଚାଷୀ ଏବଂ ବ୍ଲକସ୍ତରୀୟ କୃଷି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଚାଷୀମାନେ ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିବା ସହ ଆଗ୍ରହ ଦେଖାଇଛନ୍ତି। କୃଷି ବିଭାଗର ଅନୁମୋଦନ ପରେ କାର୍ଯ୍ୟ ହେବ। ଚଳିତ ଆର୍ଥିକ ବର୍ଷରୁ ଏହାକୁ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯଦି ଏହି ଦୁଇଟି ଏଫ୍‌ପିଓ ସଫଳ ହେବ ତେବେ ଅନ୍ୟ କୃଷି ବିଜ୍ଞାନ କେନ୍ଦ୍ର ଅଧୀନରେ ଖୋଲିବା ଦିଗରେ ପଦକ୍ଷେପ ନିଆଯିବ ବୋଲି କୁଳପତି ପ୍ର୍ରଫେସର ପଶୁପାଳକ କହିଛନ୍ତି।

ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଓୟୁଏଟି
ପ୍ରାରମ୍ଭିକ ପର୍ଯ୍ୟାୟରେ ହିଞ୍ଜିଳିକାଟୁ ଓ ସୋରଡ଼ା ବ୍ଲକ୍‌

ସମ୍ବନ୍ଧିତ ଖବର