ରୁବେକା ଆର୍ଟ ଆଣ୍ଡ କଲ୍‌ଚରର ବାର୍ଷିକ ଉତ୍ସବ ‘କୁନି କୁନି ତାରା’

ଭୁବନେଶ୍ୱର : ରୁବେକା ଆର୍ଟ ଆଣ୍ଡ କଲଚର୍‌ର ବାର୍ଷିକ ଉତ୍ସବ ‘କୁନି କୁନି ତାରା’ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେୟର ଅନନ୍ତ ନାରାୟଣ ଜେନା, ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମ୍ୟାନେଜର ଏସ୍‌ କେ ଭଟ୍ଟାଚାର୍ଯ୍ୟ, ଲେଖକ ବିଜୟ କୁମାର ଦାସ, ଲେଖକ ଅଭିରାମ ଦାସ, ଓଡ଼ିଶୀ ଗୁରୁ ମିନାକ୍ଷୀ ବେହେରା ଓ ସଙ୍ଗୀତ ବିଦ୍ୟାଳୟର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ସ୍ନେହପ୍ରଭା ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ୫୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ଭିତରେ ଚିତ୍ର, ଲେଖନୀ, କୌତୁକ ପୋଷାକ, ରାଇମସ୍‌, ଓଡ଼ିଶୀ ଓ ଆଧୁନିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୁନି କୁନି ପିଲାମାନଙ୍କର ନୃତ୍ୟ ସଙ୍ଗୀତରେ ଦର୍ଶକ ବିମୋହିତ ହୋଇଥିଲେ। ଏଥିରେ କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଶୁଭୋଜିତ ପଣ୍ଡା ଓ ଅନନ୍ୟା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆର୍ଟ ଆଣ୍ଡ କଲ୍‌ଚରର ସମ୍ପାଦିକା ସବିତା ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଉପସଭାପତି ସତ୍ୟଜିତ୍‌ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ।

ସମ୍ବନ୍ଧିତ ଖବର