ଲୟୋଲା ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ

ଚନ୍ଦ୍ରଶେଖରପୁର : ଲୟୋଲା ସ୍କୁଲ୍‌ର ବାର୍ଷିକ କ୍ରୀଡ଼ା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ୧୨୦ ଇନଫାନ୍‌ଟ୍ରି ବାଟାଲିୟନ୍‌ର କମାଣ୍ଡିଂ ଅଫିସର କର୍ଣ୍ଣେଲ୍‌ ଜ୍ୟାକବ ଫ୍ରିମାନ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗରେ ଉନ୍ନତ ମାନର କ୍ରୀଡ଼ା ପ୍ରଦର୍ଶନ କରିଥିଲେ। କର୍ଣ୍ଣେଲ ଫ୍ରିମାନଙ୍କ ଉପସ୍ଥିତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଚିତ୍ତାକର୍ଷକ ମାର୍ଚ୍ଚଫାଷ୍ଟ ଓ ମକ୍‌ଡ୍ରଲ୍‌ ବେଶ୍‌ ଆକର୍ଷଣୀୟ ଥିଲା। କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଶେଷରେ ଫାଦର ଭିକ୍ଟର ମିସ୍‌କିଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସମ୍ବନ୍ଧିତ ଖବର