ଆୟୁଷ୍ମାନର ମୃତ୍ୟୁ ଆତ୍ମହତ୍ୟା ନୁହେଁ, ଦୁର୍ଘଟଣା: ଏସିପି

ଭୁବନେଶ୍ବର: କମିସନରେଟ୍‌ ପୁଲିସର ସ୍ପେସାଲ ସ୍କ୍ବାଡ୍‌ ଏସିପି ସଞ୍ଜୀବ ଶତପଥୀଙ୍କ ଏକମାତ୍ର ପୁଅ ଆୟୁଷ୍ମାନ ଶତପଥୀଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ଏକ ଦୁର୍ଘଟଣା ବୋଲି ସ୍ପଷ୍ଟ କରିଛନ୍ତି ‌ଶ୍ରୀ ଶତପଥୀ। ସେ କହିଛନ୍ତି, ଆୟୁଷ୍ମାନ ଜଣେ ବିଜ୍ଞ ଛାତ୍ର। ସେ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ଥିଲା। ଜଣେ ଭଲ ଟେନିସ୍‌ ‌ଖେଳାଳି। ଘଟଣା ଦିନ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ସେ ତା’ମା ସହିତ ଟେନିସ କୋର୍ଟକୁ ଯାଇଥିଲା। ୭ଟାରୁ ୯ଟା ଟିଉସନ୍‌ ମଧ୍ୟ ଯାଇଥିଲା। ଘର ଲୋକଙ୍କ ସହିତ ସେ ଅନେକ ସମୟରେ ମଜା ତାମ୍‌ସା କରେ। ଘଟଣାଦିନ ରାତି ୧୨ଟା ୩୦ ପର୍ଯ୍ୟନ୍ତ ସେ କୁକୁର ହନି ସହ ଖେଳୁଥିବାରୁ ମା’ ଆକଟ କରିବା ସହ ହନିକୁ ମଧ୍ୟ ଗାଳି କରିଥିଲେ। ଏହା ତାକୁ ଦୁଃଖୀ କରିଦେଇଥିଲା। ଆଗକୁ ଏଭଳି ହନିକୁ ଗାଳି କଲେ ଏମିତି କରିବି ବୋଲି କହି ଏକ ଜିନ୍‌ସ ପ୍ୟାଣ୍ଟ ବେକରେ ଗୁଡ଼ାଇ ଦେଇଥିଲା। ସେତେବେଳେ ପ୍ୟାଣ୍ଟ ଭିତରେ ତା’ର ବେକ ଫସି ଯାଇଥିଲା। ଫଳରେ ଏହି ଅଘଟଣ ଘଟିଥିଲା। ସେ ମା’ ବାପାଙ୍କ ସହ ଭଉଣୀକୁ ମଧ୍ୟ ଖୁବ୍‌ ଭଲ ପାଉଥିଲା। ଏଣୁ ଏହାକୁ ଆତ୍ମହତ୍ୟାର ରୂପ ନ ଦେବାକୁ ସେ ଅନୁରାଧ କରିଛନ୍ତି। ଭିଡିଓ ଗେମ୍‌ ବା ଅନ୍ୟ କୌଣସି କାରଣ ଏହା ପଛରେ ନାହିଁ ବୋଲି ସେ କହିଛନ୍ତି। ଅନ୍ୟ ପଟେ ମୃତ ବାଳକର ଏକ ଡାଏରି ପୁଲିସ ଜବତ କରିଥିବା ଜଣାପଡ଼ିଛି। ଏଥିରେ ସେ ପରିବାରବର୍ଗଙ୍କୁ ଭଲ ପାଉଥିବା ଲେଖା ରହିଛି।

ସମ୍ବନ୍ଧିତ ଖବର