ସ୍ମାଇଲ ୱାର୍ଲଡ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ଭୁବନେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ମାଇଲ ୱାର୍ଲଡ୍‌ ପକ୍ଷରୁ ସ୍ଥାନୀୟ ଡୁମୁଡୁମାସ୍ଥିିତ ଆଦର୍ଶ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୨ ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି। ସମ୍ୱାଦ-ଆମ ଓଡ଼ିଶାର ସହଯୋଗରେ ଆୟୋଜିତ ଏହି ଶିବିରକୁ ରଘୁନାଥନଗରର ବରିଷ୍ଠ ନାଗରିକ ନଟବର ବେହେରା ଉଦ୍‍ଘାଟନ କରିଥିଲେ। ସ୍ମାଇଲ ୱାର୍ଲଡ୍‌ର ପ୍ରତିଷ୍ଠାତା ସୂର୍ଯ୍ୟନାରାୟଣ ଗୌଡ଼ ପରିଚାଳନା କରିଥିଲେ। ଆଦର୍ଶ ଶିଶୁ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ତନ୍ମୟ କୁମାର ସାହୁ ଓ ପୁଷ୍ପଲତା ଜେନା ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ସନ୍ତୋଷ କମଳ, ଶଶାଙ୍କ ଶେଖର ବିଶ୍ୱାଳ, ପାଣୁଆ ରାଉତରାୟ, ପ୍ରମୋଦ ପାତ୍ର, ନଗେନ୍ଦ୍ର ବାହାଲିଆ, ସୁବ୍ରତ କୁମାର ବିଶ୍ୱାଳ, ଗିରିଜା ପ୍ରସାଦ ସ୍ୱାଇଁ, ପ୍ରୀତମ୍‍ ବାଡତ୍ୟା ଓ ପୁଷ୍ପଜିତ ଖୋଲେକୋ ଶିବିର ପରିଚାଳନାରେ ସହାୟତା କରିଥିଲେ। ଅନୁଷ୍ଠାନର ସଦସ୍ୟ/ସଦସ୍ୟା ତଥା ଅନ୍ୟ ସ୍ୱେଚ୍ଛା ରକ୍ତଦାତାମାନେ ଏହି ଶିବିରରେ ରକ୍ତଦାନ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରର ସହକର୍ମୀମାନେ ଶିବିରରୁ ରକ୍ତସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର ରକ୍ତଦାନ ସଂଯୋଜକ ହରେକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର