‘ଭାରତର ମନ୍ଦିର ଶିଳ୍ପକଳା ସ୍ଥାପତ୍ୟର କ୍ରମବିକାଶ’ ବିଶେଷାଙ୍କ ଉନ୍ମୋଚିତ

ଭୁବନେଶ୍ୱର : ‘ଭାରତୀୟ ଇତିହାସ ସଂକଳନ ସମିତି’ର ମୁଖପତ୍ର ‘ଇତିହାସାୟାନ’ର ଚତୁର୍ଥ ଅଙ୍କ ‘ଭାରତୀୟ ମନ୍ଦିର ଶିଳ୍ପକଳା ସ୍ଥାପତ୍ୟର କ୍ରମବିକାଶ’ ବିଶେଷାଙ୍କ ଆଜି ସ୍ଥାନୀୟ ରେଡ୍‌କ୍ରସ୍‌ ଭବନଠାରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ରଥ, ଗଙ୍ଗାଧର ମେହେର ମହାବିଦ୍ୟାଳୟର ଇତିହାସ ବିଭାଗ ପ୍ରାକ୍ତନ ପ୍ରଧ୍ୟାପକ ଦଧିବାମନ ମିଶ୍ର, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ ବିକ୍ରମ କେଶରୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶାର ମନ୍ଦିର ଶିଳ୍ପକଳାରେ କେବଳ ଆଧ୍ୟାତ୍ମିିକ କ୍ଷେତ୍ରରେ ମାନବ ସମାଜକୁ ମାର୍ଗଦର୍ଶନ କରେ ନାହିଁ ବରଂ ସାମାଜିକ ସମରସତ୍ତା, ରାଜ୍ୟ ଶାସନ ପଦ୍ଧତି, ବିଜ୍ଞାନ, କାରିଗରୀର ଉତ୍କଷ୍ଟତା, ପରିବେଶ ସୁରକ୍ଷା, ପ୍ରଜାନୁରଞ୍ଜନ ରାଜାମାନଙ୍କ ଦ୍ୱାରା ହୋଇଥିବା ଜନମଙ୍ଗଳ କାର୍ଯ୍ୟ ମୂକସାକ୍ଷୀ ମଧ୍ୟ । ଏହି ପୁସ୍ତକ ପ୍ରକାଶନ ଦ୍ୱାରା ମନ୍ଦିର ଶିଳ୍ପକଳା ପରିଦର୍ଶନ ସମୟରେ ସାଧାରଣ ଜନତାଙ୍କ ଦୃଷ୍ଟିକୋଣରେ ପରିବର୍ତନ ହେବ। ଉତ୍କଳର ମନ୍ଦିର ଶିଳ୍ପକଳାର ଉତ୍କଷ୍ଟତା ଅନୁଭବ ହେବ ବୋଲି ଅତିଥିମାନେ କହିଥିଲେ। ଶେଷରେ ଗିରିଜା ଶଙ୍କର ବଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର