ନୀଳାଚଳ ପଲିଟେକନିକ୍‌ରେ କ୍ୟାମ୍ପସ୍‌ ଟୁ କର୍ପୋରେଟ୍‌, ୨୭ କମ୍ପାନିରେ ୧୫୪ ଜଣଙ୍କୁ ନିଯୁକ୍ତି

ଚନ୍ଦ୍ର‌ଶେଖରପୁର: ନୀଳାଚଳ ପଲିଟେକ୍‌ନିକ୍‌ ପକ୍ଷରୁ କ୍ୟାମ୍ପସ୍‌ ଟୁ କର୍ପୋରେଟ୍‌ କାର୍ଯ୍ୟକ୍ରମ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିକ୍ଷାନୁଷ୍ଠାନ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଉଚ୍ଚମାନର ତାଲିମ, ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ସୁନାମ ଅର୍ଜନ କରିଛି। ଏଠାକାର ଛାତ୍ରଛାତ୍ରୀ ଦେଶ ଓ ବିଦେଶରେ ବହୁ ପ୍ରତିଷ୍ଠିତ ଶିଳ୍ପ ସ˚ସ୍ଥାଗୁଡ଼ିକରେ ନିଯୁକ୍ତି ପାଇ ନିଜ ତଥା ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ପ୍ରାୟ ୩୦ଟି କମ୍ପାନି କ୍ୟାମ୍ପସ ଚୟନ ପ୍ରକ୍ରିୟାରେ ଭାଗନେଇ ଛାତ୍ରଛାତ୍ରୀଙ୍କୁ ୩୦୦ରୁ ଅଧିକ ନିଯୁକ୍ତି ପ୍ରଦାନ କରିଛନ୍ତି।
ଏବେ ସୁଦ୍ଧା ୨୭ଟି କମ୍ପାନି ଚୟନ ପ୍ରକ୍ରିୟାରେ ଭାଗନେଇ ୧୫୪ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଆଗକୁ ଆହୁରି କିଛି କମ୍ପାନି କ୍ୟାମ୍ପସ ଚୟନରେ ଭାଗନେବାକୁ ସମ୍ମତି ପ୍ରଦାନ କରିଛନ୍ତି। ଟାଟା ଷ୍ଟିଲ୍‌, ଏଲ ଏଣ୍ତ ଟି, ଟାଟା ପାୱର, ଏସ୍‌ଆର‌୍‌ ଷ୍ଟିଲ, ଜନ୍‌ ଡିଅର, ମୁଜୋଲୋନ୍‌ ଭଳି ବହୁ ନାମୀଦାମୀ ଶିଳ୍ପ ସ˚ସ୍ଥା ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇଛନ୍ତି ବୋଲି ନୀଳାଚଳ ପଲିଟେକ୍‌ନିକ୍‌ର ସମ୍ପାଦକ ତଥା ମ୍ୟାନେଜିଂ ଟ୍ରଷ୍ଟି ଇଂ ସରୋଜ କୁମାର ସାହୁ କହିଛନ୍ତି।

ଚଳିତବର୍ଷ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠାନ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିପିୟୁଟିର ପୂର୍ବତନ କୁଳପତି ଡ. ଓ˚କାରନାଥ ମହାନ୍ତି ମୁଖ୍ୟଅତିଥି, ସେଣ୍ଟ୍ରାଲ ଟୁଲ ରୁମର ଭୁବନେଶ୍ବରର ପରିଚାଳନା ନିର୍ଦ୍ଦେଶକ ସୁବାଶିଷ ମାଇତି ଓ ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାଥ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ବିଷ୍ଣୁ ଚରଣ ପାତ୍ର, ମ୍ୟାନେଜିଂ ଟ୍ରଷ୍ଟି ନଳୀନକାନ୍ତ ମୁଦୁଲି, ପୂର୍ବତନ ଛାତ୍ର ରଞ୍ଜିତ୍‌ ଶତପଥୀ, ବୀଣାପାଣି ପାତ୍ର, ରାଜେଶ ମିତ୍ର ଓ ବିକାଶ ବେହେରା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର