ଦିବ୍ୟାଙ୍ଗଙ୍କ ଗହଣରେ ପାଳିଲେ ଦୀପାବଳି

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ଫାଉଣ୍ଡେସନ୍‌ ଟ୍ରଷ୍ଟ୍‍ ଓ ଦି ଚେଞ୍ଜ୍‌ ପକ୍ଷରୁ ସ୍ଥାନୀୟ ଡମଣା ବସ୍ତିର ଛୋଟ ଛୋଟ ପିଲା ଓ ଦିବ୍ୟାଙ୍ଗମାନଙ୍କ ଗହଣରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଛି। ଶ୍ରଦ୍ଧାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଇଂ. ସୌମ୍ୟକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଂପାଦକ ପ୍ରଭାତ ଚନ୍ଦ୍ର ସାମନ୍ତରା, କୋଷାଧ୍ୟକ୍ଷ ସୁସନ୍ଧ୍ୟା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ କୁମାର ପାତ୍ର ଏବଂ ଦି ଚେଞ୍ଜ ତରଫରୁ ଏହାର ଆବାହକ ଅନୁଜ ଆଦର୍ଶ ସାହୁ, ସ୍ୱୟମ୍‌ ସୋହନ୍‌ ଶୁଭ୍ରାଂଶୁ, ପ୍ରୀତମ ପ୍ରଧାନ, ଆଶୁତୋଷ ମିଶ୍ର, ବିକ୍ରମ ଆଦିତ୍ୟ ସରଦାର, ସୁଷମା ଓ ପ୍ରାଚୀଲେଖା ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହାପରେ ସମସ୍ତଙ୍କୁ ମିଷ୍ଟାନ୍ନ ଓ ନୂଆ ପୋଷାକ ବଣ୍ଟାଯାଇଥିଲା।

ସମ୍ବନ୍ଧିତ ଖବର