ବମିଖାଲ ଓଭର ବ୍ରିଜକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବହୁ ପ୍ରତିକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ରାଜଧାନୀର ଅନ୍ୟତମ ବ୍ୟସ୍ତ ବହୁଳ ସ୍ଥାନ ବମିଖାଳ ଓଭର ବ୍ରିଜକୁ ଉଦ୍‌ଘାଟନ କରିଛନ୍ତି। ପ୍ରାୟ ୪୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ରିଜ ଉଦ୍‌ଘାଟନ ହେବା ପରେ ବମିଖାଲରୁ ସହିଦ ନଗର ଏବଂ ସହିଦ ନଗର ଠାରୁ ରସୁଲଗଡ଼ ଯାତାୟତ ସୁବିଧା ହେବ।

ସୂଚନାଯୋଗ୍ୟ ୨୦୧୨ରୁ ନିର୍ମାଣ ଆରମ୍ଭ ହୋଇଥିବା ଏହି ବ୍ରିଜ୍‌ର କାମ ଶେଷ ହେବା ପାଇଁ ୭ ବର୍ଷ ଲାଗିଛି। ଏହାରି ମଧ୍ୟରେ ବ୍ରିଜର କିଛି ଅଂଶ ୨ ଥର ଭୁଶୁଡ଼ିବାରୁ ବିବାଦ ଘେରକୁ ଆସିଛି।

ସମ୍ବନ୍ଧିତ ଖବର