ରାଜଧାନୀରେ ଡେଙ୍ଗୁ ବିଡିଏ କଲୋନିରେ ଆଉ ଦୁଇ ଆକ୍ରାନ୍ତ

ଚନ୍ଦ୍ରଶେଖରପୁର: ବର୍ଷା ପୂର୍ବରୁ ରାଜଧାନୀରେ କିନ୍ତୁ ଡେଙ୍ଗୁ କାୟା ମେଲାଉଥିବା ସ୍ପଷ୍ଟ ହୋଇଛି। ଚନ୍ଦ୍ରଶେଖରପୁର ୱାର୍ଡ ନଂ-୧୩ ଅନ୍ତର୍ଗତ ବିିଡିଏ କଲୋନିରେ ଆଜି ଆଉ ଦୁଇ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ବିଡିଏ କଲୋନି ଭଳି ସ୍ଥାନରେ ଅସମୟରେ ଗୋଟିଏ ପରିବାରୁ ଦୁଇ ଜଣଙ୍କୁ ଡେଙ୍ଗୁ ହୋଇଥିବା ସରକାରୀ ଭାବରେ ସ୍ପଷ୍ଟ ହେବା ପରେ ଏହି ଅଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜଣେ ଯୁବକ ଓ ମହିଳା ମଧ୍ୟ ଏଥିରେ ଆକ୍ରାନ୍ତ ଥିବା ଆଜି ସେମାନଙ୍କ ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଛି। ବିଡିଏ କଲୋନି ବଜାରରେ ଜଣେ ମାଛ ବ୍ୟବସାୟୀ ଓ ଔଷଧ ଦୋକାନୀଙ୍କୁ ମଧ୍ୟ ପୂର୍ବରୁ ଡେଙ୍ଗୁ ହୋଇଥିବା ବେସରକାରୀ ଭାବରେ ଜଣାପଡ଼ିଥିଲା। ଆଜି ଆଉ ଦୁଇ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ବିଭାଗ କିନ୍ତୁ କେବଳ କ୍ଷେତ୍ର ପରିଦର୍ଶନ କରି କାମ ସାରିଦେଇଛି। ଏହି ଅଞ୍ଚଳରେ ଡେଙ୍ଗୁ ବ୍ୟାପିବାର କାରଣ ସମ୍ପର୍କରେ କୌଣସି ପଦକ୍ଷେପ ନେଉ ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଆବଶ୍ୟକ ପଦକ୍ଷେପ ନନେଲେ ଏହି ରୋଗ ସମ୍ପୂର୍ଣ୍ଣ କଲୋନିକୁ ବ୍ୟାପୀ ଯିବାର ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର