ଆପ୍‌-କଂଗ୍ରେସ ମେଣ୍ଟ ହେବନି: ମାକନ୍‌

ନୂଆଦିଲ୍ଲୀ: ବିରୋଧୀ ଦଳଙ୍କ ବିଜେପି ହଟାଓ ଅଭିଯାନରେ ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ଦିଲ୍ଲୀ କଂଗ୍ରେସ ସଭାପତି ଅଜୟ ମାକନ୍‌ ଗଣମାଧ୍ୟମକୁ ସୂଚନା ଦେଇ ଏହି ମେଣ୍ଟ ହୋଇପାରିବ ନାହିିଁ ବୋଲି ସୂଚନା ଦେବା ପରେ ଏ ନେଇ କଳ୍ପନାଜଳ୍ପନାର ଅବସାନ ଘଟିଛି। ସେ ଏହା ମଧ୍ୟ କହିଛନ୍ତି ଯେ, ଦୁଇ ଦଳଙ୍କ ମେଣ୍ଟ ନେଇ ଚାଲିଥିବା ପ୍ରସ୍ତୁତି ସମ୍ପର୍କିତ ଖବର ମଧ୍ୟ ଗୁଜବ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ଆପ୍‌କୁ ଲୋକେ ପସନ୍ଦ କରୁନାହାନ୍ତି। ତେଣୁ କଂଗ୍ରେସ ସେମାନଙ୍କ ସହ ମେଣ୍ଟ କରି ନିଜର କ୍ଷତି କରିବାକୁ ଚାହୁନି ବୋଲି ମାକନ ସ୍ପଷ୍ଟ କରିଛନ୍ତି। ହରିୟାଣା, ଦିଲ୍ଲୀ ଓ ପଞ୍ଜାବର କିଛି କଂଗ୍ରେସ ନେତା ଆପ୍‌ ସହ ସମ୍ପର୍କରେ ଥିବା ବେଳେ ସମର୍ଥନ ମଧ୍ୟ ଚାହୁଥିବା ଆପ୍‌ ନେତା ଦିଲ୍ଲୀପ ପାଣ୍ଡେ କହିଛନ୍ତି। ଉଲ୍ଳେଖଯୋଗ୍ୟ, ଗତ ୩୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଟ୍ଵିଟ କରି ଡ.ମନମୋହନ ସିଂହଙ୍କ ଭଳି ଜଣେ ଉଚ୍ଚ ଶିକ୍ଷିତ ପ୍ରଧାନମନ୍ତ୍ରୀଙ୍କୁ ଲୋକେ ମନେପକାଉଥିବା ନେଇ ମତବ୍ୟକ୍ତ କରିବା ପରେ କଂଗ୍ରେସ-ଆପ୍‌ ମେଣ୍ଟ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର