ନିଆରା ଢଙ୍ଗରେ ବିଷୁବ ସଂକ୍ରାନ୍ତି ପାଳିଲେ ମହିଳା

ଭୁବନେଶ୍ୱର: ମହା ବିଷୁବ ସଂକ୍ରାନ୍ତିକୁ ରାଜଧୀନର ବିଭିନ୍ନ ସ୍ଥାନରେ ଆଡ଼ମ୍ବର ସହିତ ପାଳନ କରାଯାଇଥିବା ବେଳେ କେ-୪ କଳିଙ୍ଗନଗରସ୍ଥିତ ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ ନିଆରା ଢଙ୍ଗଳରେ ପାଳନ କରାଯାଇଛି। ସଂଗଠନର ସଭ୍ୟାମାନେ ଆଜିଠାରୁ ପକ୍ଷୀଙ୍କ ସୁରକ୍ଷା ନେଇ ସଂକଳ୍ପ ନେବା ସହିତ ଜଳ ବିନା ଯେପରି ସେମାନଙ୍କର ଜୀବନ ନଯାଏ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ। ଅନୁଷ୍ଠାନର ସଭାପତି ସବିତାରାଣୀ ପୃଷ୍ଟିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୟୁଥ୍‌ ଫର ସେବାର ସୁବ୍ରତ ପଟ୍ଟନାୟକ ଯୋଗଦେଇ ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଇବାରେ ମିଳୁଥିବା ଆତ୍ମ ସନ୍ତୋଷ ସଂପର୍କରେ ଆଲୋଚନା କରିଥିଲେ। ସଂଗଠନର ସଂପାଦିକା ମମତା ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମହିଳାମାନେ ନିଜ ନିଜ ବାଡ଼ିରେ ଥିବା ଗଛରେ ଜଳପାତ୍ରମାନ ଝୁଲାଇଥିଲେ।

ସମ୍ବନ୍ଧିତ ଖବର