ଡିଏମ୍‌ଏସ୍‌ ଆଲୁମିନି ସଂଘ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଭୁବନେଶ୍ୱର : ଡିଏମ୍‌ଏସ୍‌ ଆଲୁମିନି ସଂଘ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଲୁମିନି ସଂଘର ସଭାପତି ରାଜୀବ ଶେଖର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁଲିସ ମହାନିର୍ଦେଶକ ଆର୍‌ପି ଶର୍ମା, ଆଇଆଇଏମ୍‌ଏସ୍‌ର ନିର୍ଦେଶକ ଡ. ଗୀତାଞ୍ଜଳି ଓ ପ୍ରଧାନ ଶିକ୍ଷକ ଅଖିଳେଶ୍ୱର ମିଶ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ। ଶିବିରରେ ୬୦ରୁ ଊର୍ଧ୍ୱ ଡାକ୍ତର ଯୋଗଦେଇ ଶିଶୁରୋଗ, ଦନ୍ତ, ଗଳା-ନାସା-କର୍ଣ୍ଣ, ଚର୍ମ, ସ୍ନାୟୁ, ଅସ୍ଥିଶଲ୍ୟ, ମାନସିକ ରୋଗ, ପାଥୋଲୋଜି, ମେଡିସିନ୍‌, ଇସିଜି, ଫିଜିଓଥେରାପି, ମଧୁମେହ ଆଦିର ପରୀକ୍ଷା କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନେ ଶିବିରରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ସଂଘର ସଦସ୍ୟ ମିତାଲି ଚିନ୍ନାରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ସିଦ୍ଧାର୍ଥ ମହାନ୍ତି ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ସୁଶାନ୍ତ ପୂଜାରୀ, ଅଶ୍ୱିନୀ ମହାନ୍ତି, ଦେବବ୍ରତ ଜେନା, ସୂର୍ଯ୍ୟକାନ୍ତ ପାଣି, ଯଶପାଲ ସିଂ, ଅମ୍ରିତା ବେହୁରା, ଶାଶ୍ୱତୀ ପଟ୍ଟନାୟକ, କାବେରୀ ସାହୁ, ସଂଜୟ ସାହୁ, ଆଦିତ୍ୟ ମିଶ୍ର, ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର