‘ଗୋଦାବରୀଶ ସାହିତ୍ୟ ସଂସଦ’ର ବାର୍ଷିକୋତ୍ସବ

ଭୁବନେଶ୍ୱର: ‘ଗୋଦାବରୀଶ ସାହିତ୍ୟ ସଂସଦ’ର ୬୦ତମ ବାର୍ଷିକୋତ୍ସବ ତଥା ପ୍ରବାଦ ପୁରୁଷ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୧୩୧ତମ ଜୟନ୍ତୀ ଅବସରରେ ଏକ ସାହିତ୍ୟ ସଭା ଓ କବିତା ପାଠୋତ୍ସବ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିନୋଦ ବିହାରୀ ପଲାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ନିତ୍ୟାନନ୍ଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଯୁଗଳ କିଶୋର ଦତ୍ତ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ଶିଶୁ ସାହିତ୍ୟିକ ଦାଶ ବେନହୁର ଯୋଗ ଦେଇ ‘ଓଡ଼ିଶାର ଅର୍ଦ୍ଧ ଶତାବ୍ଦୀର ଇତିହାସ’ ଶୀର୍ଷକରେ ଅଭିଭାଷଣ ରଖିଥିଲେ। ଏହି ଅବସରରେ କାର୍ତ୍ତିକେଶ୍ୱର ପାତ୍ରଙ୍କୁ ‘ପଣ୍ଡିତ ଗୋଦାବରୀଶ ସମ୍ମାନ-୨୦୧୭’ ପ୍ରଦାନ କରାଯାଇଥିଲା। ଏଥିସହ ଏଥିରେ ଗଗନ ବିହାରୀ ନାୟକ, ଗାୟତ୍ରୀ ତିପାଠୀ, ପ୍ରତିମାରାଣୀ ମିଶ୍ର, ବିରଞ୍ଚି ନାରାୟଣ ଶତପଥୀ, ଦିଲ୍ଲୀପ କୁମାର ବେଉରା, ଉଦୟନାଥ ତ୍ରିପାଠୀ ଓ ନିରୁପମା କରଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଶୋକ ସିଂହଙ୍କ ପୁସ୍ତକ ‘ଅସମାପ୍ତ ସନେଟ୍‌’ ଉନ୍ମୋଚିତ ହୋଇଛି। ଅପରାହ୍ନରେ ଆୟୋଜିତ କବିତା ପାଠୋତ୍ସବକୁ ରାଧାମୋହନ ମହାପାତ୍ର ସଭାପତିତ୍ୱ କରିଥିଲେ। ଖଗେଶ୍ୱର ମହତାବ, ମିନତୀ ବେହେରା, ଦିପ୍ତୀପ୍ରଭା ରଥ, ଚମକ ଚାନ୍ଦିନୀ ପ୍ରମୁଖ ଏହାକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ରାମଚନ୍ଦ୍ର ମେକାପ ଓ ଯୁଗ୍ମ-ସମ୍ପାଦକ ବୈକୁଣ୍ଠନାଥ ପତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର