ଆଇବିଏମ୍‌ଟି ପକ୍ଷରୁ ‘ଉତ୍କର୍ଷ-୨୦୧୮’

ଭୁବନେଶ୍ୱର : ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଆଇବିଏମ୍‌ଟି)ର ବାର୍ଷିକ ଉତ୍ସବ ‘ଉତ୍କର୍ଷ-୨୦୧୮’ ମହାସମାରୋହରେ ସହିଦ ନଗରରେ ଥିବା ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ଉତ୍ସବରେ ଜିନ୍ଦଲ କୋକ୍‌ର ନିର୍ଦ୍ଦେଶକ ଶଶିଭୂଷଣ ଉପାଧ୍ୟାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ସକାରାତ୍ମକ ଚିନ୍ତାଧାରା ସହ କାର୍ଯ୍ୟ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଉତ୍କଳଜ୍ୟୋତି ଜେନାସାମନ୍ତ ଜୀବନରେ ସଫଳ ହେବାକୁ ଦୃଢ଼ ସଂକଳ୍ପ ନେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥଲା। ଅଧ୍ୟାପକ ବନ୍ଦନା ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା କାର୍ଯ୍ୟକ୍ରମ ପରିଚଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର