ଭାରତୀୟ ରେଡକ୍ରସ୍‌ ସୋସାଇଟି ପକ୍ଷରୁ ଜାତୀୟ ଯୁବ ଦିବସ

ଭୁବନେଶ୍ବର: ବିବେକାନନ୍ଦଙ୍କୁ ମାର୍ଗଦର୍ଶକ ଭାବେ ଗ୍ରହଣକର। ସମାଜରେ ନିଜର ସ୍ଥାନ ନିରୂପଣ କରିବାକୁ ହେଲେ ବିବେକାନନ୍ଦଙ୍କ ବାଣୀ, ସମର୍ପଣ ଭାବ, ନିଷ୍ଠାପରତା, ବ୍ରହ୍ମଚର୍ଯ୍ୟ, ଯୋଗ ଓ ପ୍ରାଣାୟମକୁ ଅଭ୍ୟାସ କର। ଆଜି ଭାରତୀୟ ରେଡକ୍ରସ୍‌ ସୋସାଇଟି ପକ୍ଷରୁ ଆୟୋଜିତ ଜାତୀୟ ଯୁବ ଦିବସରେ ଅତିଥିମାନେ ଏଭଳି ମତ ବ୍ୟକ୍ତ କରିଥିଲେ। ରେଡକ୍ରସ୍‌ ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶା ରେଡକ୍ରସ୍‌ ରାଜ୍ୟ ଶାଖାର ହିଳା ସଭାପତି ପ୍ରଫେସର ଆଶା ହ˚ସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନୁସଚିବ ସୁବାସ ଚନ୍ଦ୍ର ରାଏ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଓଡ଼ିଶା ରେଡକ୍ରସ୍‌ ରାଜ୍ୟ ଶାଖାର ଅବୈତନିକ ସଚିବ ମେଜର କଳ୍ପନା ଦାସ ତାଙ୍କ ଅଭିଭାଷଣରେ କହିଲେ, ରେଡକ୍ରସ୍‌ର ସ୍ବେଚ୍ଛାସେବୀ ଭାବେ ପରିଚିତ ହେବା ଆଜିର ସମାଜରେ ଏକ ଗର୍ବ ଓ ଗୌରବର ବିଷୟ। ଏହି ଅବସରରେ ରେଡକ୍ରସର ଆଜୀବନ ସଦସ୍ୟ ସେବା ମହାପାତ୍ର, ଆଶାଲତା ଦାସ, କୁମାରୀ ମ˚ଜୁଳା ତ୍ରିପାଠୀ, ରବି ନାରାୟଣ ମିଶ୍ର, ଆଳୟ କୁମାର ମହାନ୍ତି ଓ ଶ୍ରୀ ପ୍ରସନ୍ନ କୁମାର ରଥଙ୍କୁ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବ ରେଡ୍‌କ୍ରସ୍‌ ସ୍ବେଚ୍ଛାସେବୀ, ଯୁବ ରେଡକ୍ରସ୍‌ ପରାମର୍ଶଦାତା, ସଦସ୍ୟା ପ୍ରମୁଖ ଯୋଗଦେଇଥିଲେ। ଅନୁଷ୍ଠାନର ଗୋପାଳ କୃଷ୍ଣ ମିଶ୍ର ଅତିଥିମାନଙ୍କୁ ସ୍ବାଗତ କରିଥିବା ବେଳେ ଲିଙ୍ଗରାଜ ପଣ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁଶୀଲ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର